ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ବରପାଲି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି କାମ

ବରଗଡ, ୩୦|୦୫: ମହାନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ଜିଲ୍ଲା ବରପାଲି ସହର । ୧୪୫ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି କାମ । ୨ବର୍ଷ ଧରି ମହାମାରୀ କରୋନା ଯୋଗୁ ଯାତ୍ରା ମହୋତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା । ମହମାରୀ ହଟିଲା ପରେ ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେବ । ତେଣୁ ଶୀତଳ ଷଷ୍ଠୀ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମହିଳାଙ୍କ ପାଇଁ ଟଏଲେଟ, ପାନୀୟଜଳ, ବିଜୁଳି, ବିଶ୍ରାମଗୃହ ଭଳି ସୁବିଧା କରାଯାଇଛି । ମେ ୩୧ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ଶୀତଳ ଷଷ୍ଠୀ ଯାତ୍ରାରେ ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରାଯାଇଥିବା ବେଳେ ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର, ଦକ୍ଷିଣ ଭାରତ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨ହଜାର କଳାକାରମାନଙ୍କ ମହାମିଳନ ହେବ ।

-ନବବଧୁ ପରି ସଜେଇ ହେଉଛି ବରଗଡ଼ ଜିଲ୍ଲା ବରପାଲି ସହର । ୧୪୫ତମ ବାବା କପିଲେଶ୍ବର ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ଏବଂ ଶୀତଳ ଷଷ୍ଠୀ ଯାତ୍ରାକୁ ସଫଳ କରିବା ପାଇଁ ଯାତ୍ରା କମିଟି ଜୋରସୋରରେ ପ୍ରସ୍ତୁତି କାମରେ ଲାଗିପଡ଼ିଛନ୍ତି । ମାତା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ନିଜକୁ ସୌଭାଗ୍ୟ ମନେ କରିଛନ୍ତି ବରପାଲି ଜଗନ୍ନାଥ ନଗରର କନ୍ୟାପିତା ମଳୟ ତ୍ରିପାଠୀ ଓ ସବିତା ତ୍ରିପାଠୀ । ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ପାଇଁ ସୁନା ଓ ରୂପା ଅଳଙ୍କାର ସହ ପାଟଶାଢ଼ୀ, ବାସନକୁସନ ଭଳି ବିଭିନ୍ନ ସାମଗ୍ରୀ ଯୋଗାଡ଼ରେ ଲାଗିପଡ଼ିଛନ୍ତି କନ୍ୟାପିତା ମାତା ଓ ସାରା ପରିବାର । ମେ ୩୧ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ବରପାଲି ଜଗନ୍ନାଥ ନଗର ୭ଦିନ ଧରି ପାଳଟିଯିବ ହିମାଦ୍ରୀନଗର । ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ମହୋତ୍ସବକୁ ସଫଳ କରିବା ପାଇଁ ସୁନ୍ଦର ପୂଜା ମଣ୍ଡପ ସହ ଚାଲିଛି ବିଭିନ୍ନ ପ୍ରକାରର ପ୍ରସ୍ତୁତି କାମ । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଶେଷ ହୋଇଥିବା ବେଳେ ବାବା କପିଲେଶ୍ବର ଓ ମାତା ପାର୍ବୀତଙ୍କୁ ଯୁଗଳ ମୁର୍ତ୍ତୀ ରୂପ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି ଭକ୍ତ, ଶ୍ରଦ୍ଧାଳୁ ଓ କନ୍ୟା ପିତାମାତା ।

ମହାନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ଜିଲ୍ଲା ବରପାଲି ସହର । ମହାମାରୀ ହଟିଲା ପରେ ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେବ । ତେଣୁ ଶୀତଳ ଷଷ୍ଠୀ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମହିଳାଙ୍କ ପାଇଁ ଟଏଲେଟ, ପାନୀୟଜଳ, ବିଜୁଳି, ବିଶ୍ରାମଗୃହ ଭଳି ସୁବିଧା କରାଯାଇଛି । ୭ ଦିନ ଧରି ଶୀତଳ ଷଷ୍ଠୀ ଯାତ୍ରାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରାଯାଇଥିବା ବେଳେ ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର, ଦକ୍ଷିଣ ଭାରତ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨ ହଜାର କଳାକାର ଲୋକଗୀତ ଓ ନାଚ ପ୍ରଦର୍ଶିତ କରିବେ । ସେହିପରି ବରପାଲି ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଦେବ ଦେବ ମହାଦେବଙ୍କ ପରଭା । ବରପାଲି ସହରର ନବୀନ ନାରାୟଣ ସାହୁ ତିନି ପିଢ଼ି ଧରି ବିନା ପାରିତୋଷିକରେ ବାବା କପିଳେଶ୍ବରଙ୍କ ବଡ଼ ପରଭା ବରାତ ପରଭା, ଭୈରୋ ବାବାଙ୍କ ପରଭା, ପାଳିଙ୍କି ଭଳି ବିଭିନ୍ନ ପରଭା ତିଆରି କରି ଆସୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ