କଳା ଓ ସଂସ୍କୃତି ଦେଶ ବିଦେଶ

ଶୀତଦିନେ ନିଶ୍ଚୟ ଖାଆନ୍ତୁ ଏହି ୫ଟି ଜିନିଷ :ଶରୀରକୁ ଭିତରୁ ରଖିଥାଏ ଉଷ୍ମ

ଶୀତଦିନେ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବା ପାଇଁ କେବଳ ଉଷ୍ମ ପୋଷାକ ଯଥେଷ୍ଟ ହୋଇନଥାଏ ବରଂ ଏହି ଋତୁରେ ନିଜ ଡାଏଟରେ ଏପରି ଜିନିଷ ସାମିଲ କରିବା ଉଚିତ୍ ଯାହା ଶରୀରକୁ ଭିତରୁ ଗରମ ରଖିଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟପେୟ ବିଷୟରେ ଯାହା ଶରୀରକୁ ଉଷ୍ମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର କାମ କରିଥାଏ।

୧.ଡ୍ରାଇ ଫ୍ରୃଟସ୍ : ଡ୍ରାଇ ଫୃଟସ୍ ଶରୀରକୁ ଉଷ୍ମ ରଖିଥାଏ ଏଥିପାଇଁ ଏଗୁଡ଼ିକ ଶୀତଦିନେ ନିଶ୍ଚୟ ଖାଇବା ଆବଶ୍ୟକ। ଏହା ବ୍ୟତୀତ ଆପଣ କ୍ଷୀରରେ ଖଜୁରୀ ପକାଇ ମଧ୍ୟ ଖାଇ ପାରିବେ। ଖଜୁରୀ କ୍ୟାଲସିୟମ୍ ଏବଂ ଆଇରନରେ ଭରପୂର ହୋଇଥାଏ ଯାହା ଶରୀରକୁ ପ୍ରାକୃତିକ ଭାବେ ଉଷ୍ମ ରଖିଥାଏ। ଏହା ବ୍ୟତୀତ ଏହା ଶକ୍ତି ମଧ୍ୟ ବଢ଼ାଇଥାଏ।

୨. ଘିଅ : ଘିଅରେ ଆୟୁର୍ବେଦିକ ଗୁଣ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶୁଦ୍ଧ ଘିଅରେ ଅନସ୍ୟାଚୁରେଟେଡ ଫ୍ୟାଟ୍ ହୋଇଥାଏ ଯାହା ଶରୀରକୁ ଉଷ୍ମ ଏବଂ ସୁସ୍ଥ ରଖିଥାଏ। କେବଳ ଏତିକି ନୁହେଁ ଘିଅ ଶୀତଦିନେ ଶୀତଦିନର ଆଳସ୍ୟକୁ ମଧ୍ୟ ଦୂର କରିଥାଏ।

୩. ଚେର ଜାତୀୟ ପରିବା : ଗାଜର,ମୂଳା,ଆଳୁ,ପିଆଜ ଏବଂ ରସୁଣ ଭଳି ଚେର ଜାତୀୟ ପରିବାର ଉଷ୍ମ ହୋଇଥାଏ। ଏହି ପରିବା ଧୀରେ ଧୀରେ ପଚିଥାଏ ଯାହା ଫଳରେ ଶରୀରରେ ଉଷ୍ମତା ଜାତ ହୋଇଥାଏ। ଶରୀରକୁ ପ୍ରାକୃତିକ ଭାବେ ଉଷ୍ମ ରହିବା ପାଇଁ ନିଜ ଡାୟେଟରେ ଏହି ପରିବା ଗୁଡ଼ିକ ଅଧିକରୁ ଅଧିକ ସାମିଲ କରନ୍ତୁ। ଏହି ପରିବା ଶରୀରକୁ ସୁସ୍ଥ ରଖିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ।

୪. ମହୁ : ଶୀତଦିନେ ଖାଦ୍ୟରେ ମିଠା ଜିନିଷ ବଦଳରେ ମହୁ ବ୍ୟବହାର କରନ୍ତୁ। ମହୁ ଶରୀରକୁ ଉଷ୍ମ ରଖିଥାଏ। ଏହାକୁ ସାଲାଡରେ ଉପରୁ ପକାଇ ମଧ୍ୟ ଖିଆ ଯାଇପାରିବ। ମଧୁମେହ ରୋଗୀଙ୍କୁ ମହୁ ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।

୫. ଗରମ ମସଲା : ଖାଦ୍ୟ ରୋଷେଇ କରିବାବେଳେ ଏଥିରେ ଲବଙ୍ଗ,ଡାଲଚିନି,ଅଦା ଏବଂ ଜାୟତ୍ରୀ ଭଳି ମସଲା ପକାନ୍ତୁ। ଏହି ଜିନିଷ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନଥାଏ ବରଂ ଶରୀରକୁ ମଧ୍ୟ ଉଷ୍ମ ରଖିଥାଏ। ଏହି ମସଲାଗୁଡ଼ିକ ତରକାରୀ,ଚା,କଫି କିମ୍ବା ସୁପରେ ମଧ୍ୟ ପକାଇ ଖାଇ ପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,