ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ: ଖଞ୍ଜାଗଲା ଲୌହ ସରଞ୍ଜାମ

ପୁରୀ: ବଡ଼ଦାଣ୍ଡ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୀତତାପ ନିୟନ୍ତ୍ରିତ ସେଡ୍‌ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଗତକାଲି ଆସିଥିବା ଲୌହ ସରଞ୍ଜାମ ଖଞ୍ଜା ପ୍ରକ୍ରିୟା ଆରମ୍ଭ ହୋଇଛି। ଲୌହ ସରଞ୍ଜାମ ଖଞ୍ଜାଯିବା ପରେ ଏହାର ଚତୁଃପାର୍ଶ୍ବରୁ ଫ୍ୟାବ୍ରିକ ଷ୍ଟ୍ରକ୍‌ଚର ହୋଇ ଏସି ସଂଯୋଗ କରାଯିବ। ଅନ୍ୟପଟେ ଆଜି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ସେଡ୍‌ ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏସ୍‌ପି ଡ. କେ ବିଶାଲ ସିଂହ, ଏଏସ୍‌ପି ବିଷ୍ଣୁପ୍ରସାଦ ପତି, ଏଏସ୍‌ପି ସୁଶୀଲ ମିଶ୍ର, ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ଧାଡ଼ି ଦର୍ଶନ ବ୍ୟବସ୍ଥାର ସ୍ଥିତି ପରଖିଛନ୍ତି। ଆଜି ପରୀକ୍ଷାମୂଳକ ଭାବେ ନୂଆ କରି ଆସିଥିବା ବ୍ୟାରିକେଡ୍‌ ପୋତାଯାଇଛି। ଯେଉଁଥିରେ ଧାଡ଼ିରେ ଯିବା ବେଳେ ଗୋଡ଼କୁ କଷ୍ଟ ଲାଗିଲେ କି ହାଲିଆ ଲାଗିଲେ, ବସିବା ପାଇଁ ଚେୟାର ବ୍ୟବସ୍ଥା କରାଯାଇଛି। ଏହା ବାରିକେଡ୍‌ ସହ ଲାଗି ରହିଛି।

ଏହାର ସ୍ଥିତି ପରଖିଛନ୍ତି ଉଭୟ ଆଇଜି ଓ ଏସପି। ଓବିସିସିର ଅଧିକାରୀଙ୍କୁ ଏହି ଚେୟାର ଉପରେ ବସାଇ ପୋତାଯାଇଥିବା ବାରିକେଡ୍‌ର ଦୂରତା ମାପିଥିବା ଦେଖିବାକୁ ମିଳିଥିଲା। ଆଇଜି ଶ୍ରୀ ସିଂହ କହିଛନ୍ତି, ଭକ୍ତମାନେ ଯେଭଳି ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେହି ବ୍ୟବସ୍ଥା କରାଯାଉଛି। ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଡିସେମ୍ବର ୨୩ ତାରିଖରୁ ଆମେ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରୁଛୁ। ଭକ୍ତଙ୍କ ପାଇଁ ନୂଆ ଜୋତାଷ୍ଟାଣ୍ଡ, ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା କରାଯାଉଛି। ଖରାରୁ ରକ୍ଷା ପାଇଁ ଏସି ବ୍ୟବସ୍ଥା କରାଯାଉଛି। ଆମେ ଆଶା ରଖିଛୁ ଭକ୍ତ ବହୁତ ଭଲରେ ଏଥର ଦର୍ଶନ କରି ଫେରିବେ ବୋଲି ଶ୍ରୀ ସିଂହ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।