ଧର୍ମ ରାଜ୍ୟ

ଶିଶୁପାଳଗଡ଼ରେ ପ୍ରତିଷ୍ଠା ହେବ ଭବ୍ୟ ଶିବମନ୍ଦିର ଓ ମାତା ଅନ୍ନପୂର୍ଣ୍ଣାଙ୍କ ମନ୍ଦିର, ୬ରେ ପୂର୍ଣ୍ଣାହୂତି

ଭୁବନେଶ୍ୱର ୦୨।୦୨: ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ ସ୍ଥିତ ଗଙ୍ଗୋତ୍ରୀ ନଗର ଲେନ୍‌ ନଂ ୩ ଏଲ୍‌ ଠାରେ ଏକ ଭବ୍ୟ ଶିବମନ୍ଦିର ଓ ମାତା ଅନ୍ନପୂର୍ଣ୍ଣାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଫେବୃଆରୀ ୧ ତାରିଖ ( ମଙ୍ଗଳବାର)ଠାରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ।

ଏହି ଅବସରରେ ଫେବୃଆରୀ ୧ ତାରିଖ ଦିନ ଅଙ୍କୁର ରୋପଣ ଓ ନବବ୍ୟୁହ ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହାପରେ ୨ ତାରିଖ ଦିନ ଜଳଯାତ୍ରୀ ଓ ପ୍ରତିଷ୍ଠା କର୍ମ ଆରମ୍ଭ । ୩ ତାରିଖ ଦିନ ସୂର୍ଯ୍ୟପୂଜା, ଶାଲାପୂଜା ଓ ଆହୂତି କାର୍ଯ୍ୟକ୍ରମ ।

୫ ତାରିଖରେ ସୂର୍ଯ୍ୟପୂଜା, ଶାଲା ପୂଜା, ନ୍ୟାସବିଧି ଠାକୁରଙ୍କ ମନ୍ଦିର ପ୍ରବେଶ ଓ ଆହୁତୀ କାର୍ଯ୍ୟକ୍ରମ ହେବ । ପରେ ଶେଷ ଦିନରେ ମାନେ ୬ ତାରିଖ ଦିନ ସଂଧ୍ୟା ୫ଘଟିକା ସମୟରେ ମନ୍ଦିରର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ