ରାଜ୍ୟ

ଶିମ୍‌ଳା ହାଇକୋର୍ଟରେ ସୁନ୍ଦରଗଡ଼ ଜିଲ୍ଲାପାଳ

ସୁନ୍ଦରଗଡ଼: ଶିମଳା ହାଇକୋର୍ଟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ହାଜର ହୋଇଛନ୍ତି। ହିମାଚଳପ୍ରଦେଶର ଏକ ଜେଲ୍‌ରେ ଥିବା ରାଉରକେଲା ଅଞ୍ଚଳର ଜଣେ କଏଦୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେବାରେ ଅବହେଳା କରିଥିବା ଦର୍ଶାଇ ଶିମ୍‌ଳା ହାଇକୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଜାରି କରିଥିଲେ। ଆଦେଶ ମୁତାବକ ଜୁଲାଇ ୫ ତାରିଖ, ଅର୍ଥାତ୍‌ ଆଜି ଜିଲ୍ଲାପାଳ ଡ. ଗାଭାଲି କୋର୍ଟରେ ହାଜର ହୋଇ ଜବାବ ରଖିଥିବା ଜଣାପଡ଼ିଛି। ତେବେ ସମଗ୍ର ପ୍ରକରଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ବିଚାର ଉପବିଭାଗର ୨ କର୍ମଚାରୀ ସୁଧାଂଶୁ ଶେଖର ମହାପାତ୍ର ଓ ସରୋଜ ସୁନାଙ୍କ ତ୍ରୁଟି ଥିବା ଦର୍ଶାଇ ଜିଲ୍ଲାପାଳ ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଘଟଣାଟି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, କୌଣସି ଏକ ମାମଲାରେ ରାଉରକେଲା ଅଞ୍ଚଳର ଅମନ ଯାଦବ ନାମକ ଜଣେ ବ୍ୟକ୍ତି ହିମାଚଳପ୍ରଦେଶର ଏକ ଜେଲ୍‌ରେ ଅଛନ୍ତି। କିଛି ମାସ ତଳେ ସେ କାରାବକାଶ (ପାରୋଲ)ରେ ଆସିବାକୁ ଆବେଦନ କରିଥିଲେ। ମାମଲା ଯାଇ ଶିମ୍‌ଳା ହାଇକୋର୍ଟରେ ପହଞ୍ଚିଥିଲା। କୋର୍ଟ ଅମନ ଯାଦବଙ୍କ କାରାବକାଶ ଆବେଦନର ବିଚାର କରିବା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ଏସ୍‌ପିଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିବା ସହ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସୁପାରିସ ଲୋଡ଼ିଥି‌ଲେ। କୋର୍ଟଙ୍କ ଆଦେଶ ଅନୁସାରେ ଅମନ ଯାଦବଙ୍କ ସମ୍ପର୍କରେ ରାଉରକେଲା ଏସ୍‌ପି ତଥ୍ୟ ସଂଗ୍ରହ କରି ସିମଳା ହାଇକୋର୍ଟକୁ ପଠାଇ ଦେଇଥିଲେ। ତେବେ ସେ ଜିଲ୍ଲାପାଳଙ୍କୁ ସୂଚୀତ କରି ନଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ସୁପାରିସ କି ରିପୋର୍ଟ ନଯିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇ ତାଙ୍କୁ ଜୁନ୍‌ ୧୪ରୁ ୨୧ ତାରିଖ ମଧ୍ୟରେ ତାଙ୍କୁ ୩ ଥର ନୋଟିସ କରିଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ଜବାବ ରଖାଯାଇଥିଲା। କିନ୍ତୁ ହାଇକୋର୍ଟ ସେଥିରେ ସନ୍ତୁଷ୍ଟ ନହୋଇ ୫ ତାରିଖ‌ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ତାଙ୍କୁ ଆଦେଶ ଦେଇଥିଲେ। ଏ ସମ୍ପର୍କରେ ସିମଳାରେ ଥିବା ଜିଲ୍ଲାପାଳଙ୍କ ସହ ଫୋନ ଯୋଗାଯୋଗ ସମ୍ଭବ ହେଉ ନଥିବାରୁ ମତାମତ ନିଆଯାଇପାରି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।