ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବାରିପଦା : ଶିମିଳିପାଳ ଅଭୟାରଣ୍ୟ ଆଉ ବନ୍ୟଜନ୍ତୁଙ୍କ ପାଇଁ ସୁରକ୍ଷିତ ହୋଇରହିନି। ବନ ବିଭାଗର ନିଷ୍କ୍ରିୟତା ପାଇଁ ଏହି ଅଭୟାରଣ୍ୟ ଏବେ ବାଘ ଓ ହାତୀ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଥିବା ବେଳେ ବନ୍ୟଜନ୍ତୁଙ୍କ ପାଇଁ ମୃତ୍ୟୁ ଉପତ୍ୟକା ପାଲଟିଛି। ଏଠାରେ ୩ ମାସରେ ୩ ଦନ୍ତାହାତୀଙ୍କ ଶିକାର ହୋଇ ସାରିଲାଣି। ମୂଲ୍ୟବାନ ହାତୀଦାନ୍ତ ଚାଲାଣ ପାଇଁ ହେଉଥିବା ଏହି ଶିକାର ପଛରେ ଥିବା ଜଙ୍ଗଲ ଦସ୍ୟୁଙ୍କ ପାଖରେ କିନ୍ତୁ ପହଞ୍ଚି ପାରୁନି ବନ ବିଭାଗ। ଯାହାର ଫାଇଦା ନେଇ ଶିମିଳିପାଳରେ ପୁଣି ଏକ ଦନ୍ତା ଶିକାର ହୋଇଛି।
ସୂଚନା ଅନୁସାରେ, ପିଠାବଟା ରେଞ୍ଜ ଗୋପିନାଥପୁର ବିଟ୍ ହାଉସ୍ ନିକଟରେ ଗତକାଲି ରାତିରେ ଏକ ଦନ୍ତାହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ବନବାସୀଙ୍କଠାରୁ ଖବର ପାଇ ଆଜି ସକାଳେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ପହଞ୍ଚି ତଦନ୍ତ କରିଥିଲା। ମୃତ ହାତୀର ବୟସ ୮ରୁ ୧୦ ବର୍ଷ ହେବ। ତାର ଦୁଇଟି ଯାକ ଦାନ୍ତକୁ ଶିକାରୀମାନେ କାଟି ନେଇଛନ୍ତି। ୩ରୁ ୪ ଦିନ ତଳେ ଦନ୍ତାକୁ ଶିକାର କରାଯାଇଥିବା ସୂଚନା ରହିଛି।
ଏହି ହାତୀ ଶିକାର ଘଟଣା ପରିବେଶବିତ୍, ପଶୁପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶିମିଳିପାଳରେ ଲଗାତର ହାତୀ ଶିକାରକୁ ନେଇ ହାଇକୋର୍ଟଙ୍କ ଉଦବେଗ୍ ପରେ ବି ସ୍ଥିତି ବଦଳୁନି। ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ଥିବା ଆଇଏଫ୍ଏସ୍ ଅଧିକାରୀ ଓ ଶହଶହ କର୍ମଚାରୀ କରୁଛନ୍ତି କଣ ବୋଲି ସମସ୍ତେ ପ୍ରଶ୍ନ ଉଠିଛି।
ଏ ସଂପର୍କରେ ଶିମିଳିପାଳ ମୁଖ୍ୟ ବନ ସଂରକ୍ଷକ କେ.ଅଶୋକ କୁମାର କହିଛନ୍ତି; ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବନ ବିଭାଗର ଦୃଷ୍ଟି ରହିଛି। ଶିକାରୀଙ୍କୁ ଖୁବ୍ଶୀଘ୍ର ଧରାଯିବ ଓ ଆଗକୁ ଯେମିତି ଶିକାର ନ ହେବ ସେ ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l