ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ଶିବସେନାରେ ସାମିଲ ହେଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ମୁମ୍ବାଇ ୦୧/୧୨ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ରାଜନୀତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଉର୍ମିଳା ଶିବସେନାରେଶମିଲ ହୋଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ,ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେଙ୍କ ଠାରୁ ଉର୍ମିଳା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ ୨୦୧୯ ମାର୍ଚ୍ଚ ୨୭ ରେ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ। ସେ କଂଗ୍ରେସ ଟିକେଟରେ ମୁମ୍ବାଇ ନର୍ଥ ଆସନରୁ ନିର୍ବାଚନ ଲଢ଼ିଥିଲେ। ବହୁ ଚେଷ୍ଟା ସତ୍ତ୍ୱେ ସେ ନିର୍ବାଚନ ହାରିଯାଇଥିଲେ। ଏହାପରେ ସେ କଂଗ୍ରେସ କାର୍ଯ୍ୟକର୍ତ୍ତା ସହଯୋଗ କରିନଥିବା ଅଭିଯୋଗ କରିଥିଲେ ଏବଂ ୨୦୧୯ ସେପ୍ଟେମ୍ବର ୧୦ ତାରିଖରେ ଦଳ ଛାଡିଦେଇଥିଲେ।

ଉର୍ମିଳା ଶିବସେନାରେ ସାମିଲ ହେବା ନେଇ ଅନେକ ଦିନ ହେଲା ଅନୁମାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି। ଉର୍ମିଳାଙ୍କୁ ଶିବସେନା ବିଧାନ ପରିଷଦ ପଠାଇବାକୁ ଚାହୁଁଛି। ନିକଟରେ ରାଜ୍ୟପାଳ କୋଟାରୁ ବିଧାନ ପରିଷଦ ପାଇଁ ନିଯୁକ୍ତ ହେବାକୁଥିବା ୧୨ ସଦସ୍ୟଙ୍କ ତାଲିକା ମହା ବିକାଶ ଅଘାଡ଼ି ସରକାର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ଏକ ବନ୍ଦ ଲଫାପାରେ ଦେଇଥିଲେ। ଏଥିରେ ଶିବସେନା ଉର୍ମିଳାଙ୍କୁ ନିଜ କୋଟାରେ ପ୍ରାର୍ଥୀ ଭାବେ ଚୟନ କରିଥିଲା।

ଅଭିନେତ୍ରୀ ଭାବେ ଉର୍ମିଳା ୧୯୯୧ ମସିହାରେ ପ୍ରଥମେ ଫିଲ୍ମ ‘ନରସିହ୍ମା’ରେ ଅଭିନୟ କରିଥିଲେ। ଏହାପରେ ୧୯୯୫ ରେ ‘ରଂଗୀଲା’ ଫିଲ୍ମରେ ତାଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା। ୧୯୯୭ ମସିହାରେ ‘ଜୁଦାଇ’ ଓ ୧୯୯୮ରେ ‘ସତ୍ୟା’ରେ ଉର୍ମିଳାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ