ରାଜ୍ୟ

ଶିଖରଚଣ୍ଡୀ ପାହାଡ଼ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ଘୁଞ୍ଚିଲା ଏନ୍‌ଜିଟି ଶୁଣାଣି

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ରେ ହେବାକୁ ଥିବା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଭବିଷ୍ୟତ ପୁଣି ଝୁଲିଲା। ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଚାଲିଥିବା ମାମଲାର ଚୂଡ଼ାନ୍ତ ରାୟ ଆଜି ମଧ୍ୟ ଆସିପାରି ନାହିଁ। ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିରେ ଅଧିକ ତଥ୍ୟ ଉପସ୍ଥାପନ କରାଯିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୧କୁ ଘୁଞ୍ଚିଛି। ସେ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବାକୁ କୋର୍ଟ ରାୟ ପ୍ରକାଶ କରିଛନ୍ତି।

ପ୍ରମାଣ ସ୍ୱରୂପ ଆଜି ସମିତି ପକ୍ଷରୁ ଅନେକ ତଥ୍ୟ କୋଲକାତାସ୍ଥିତ ଏନ୍‌ଜିଟି କୋର୍ଟରେ ଦାଖଲ କରାଯାଇଛି। ଜଙ୍ଗଲ କିସମ ଥିବା ପ୍ଲଟ ନଂ ୧୨୮୭ ଓ ୧୨୮୮ରେ କିଭଳି ନିର୍ମାଣ ହେଉଛି ସେସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା। ଏଥିସହ ସଂଗୃହୀତ ରେକର୍ଡ ମୁତାବକ ସମ୍ପୂର୍ଣ୍ଣ ୨୧୨ ଏକର ଝାଟି ଜଙ୍ଗଲ ଥିବା ବେଳେ ଏଠାରେ ଜଙ୍ଗଲ ନଥିଲା ବୋଲି ଜଙ୍ଗଲ ବିଭାଗ କିଭଳି ରିପୋର୍ଟରେ ଦର୍ଶାଇଲା। ସେଠାରେ ଥିବା ଔଷଧୀୟ ବୃକ୍ଷର ସମସ୍ତ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଅନେକ ଔଷଧୀୟ ବୃକ୍ଷ ଲୋପ ପାଉଥିବା ସମ୍ପର୍କରେ ବିଭିନ୍ନ ସର୍ଭେ‌ରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସେହିପରି ୭ମ ଶତାବ୍ଦୀର ଏହି ସର୍ବପୁରାତନ ମନ୍ଦିର, ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ରିପୋର୍ଟରେ ମଧ୍ୟ ଲେଖାଯାଇଛି। ଏତେ ସବୁ ପରେ ମଧ୍ୟ ଜଙ୍ଗଲ ଆଇନକୁ ଉଲ୍ଲଂଘନ କରି ଇଡ୍‌କୋ, ବିଡିଏ ଓ ୱାଟକୋ ମନଇଚ୍ଛା ଏଠାରେ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଚିନ ମହାପାତ୍ରଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ଶଙ୍କର ପାଣି ଦାବି କରିଛନ୍ତି। ସମିତି ପକ୍ଷରୁ ଆଜି ଅନେକ ତଥ୍ୟ କୋର୍ଟରେ ଦାଖଲ କରାଯାଇଛି ଏବଂ ପରବର୍ତ୍ତୀ ଶୁଣାଣିରେ ମଧ୍ୟ ଅଧିକ ତଥ୍ୟ ଦାଖଲ କରାଯିବ। ପାହାଡ଼ର ସୁରକ୍ଷା ସହ ସେଠାରେ ନଷ୍ଟ ହେଇଥିବା ଔଷଧୀୟ ବୃକ୍ଷ ପୁନର୍ବାର ରୋପଣ କରାଯାଇ ଉଦ୍ଧାର କରଯାଉ। ଯେତେଶୀଘ୍ର ସମ୍ଭବ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦିଗରେ ପଦ‌କ୍ଷେପ ନେବାକୁ ସମିତି ପକ୍ଷରୁ କୁହାଯାଇଛି।

ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଚନ୍ଦକା ସରପଞ୍ଚ
ଆନ୍ଦୋଳନ ଚାପିବାକୁ ମିଛ ମାମଲା ହେଉଛି: ସମିତି

ଅନ୍ୟପକ୍ଷରେ ପଞ୍ଚାୟତ ଅଗୋଚରରେ ବେନିୟମ ଭାବେ ବିଡିଏ ଓ ଇଡ୍‌କୋ କାର୍ଯ୍ୟ କରୁଥିବା ନେଇ ଚନ୍ଦକା ସରପଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାରି ଭିତରେ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆନ୍ଦୋଳନ ଚାପିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସମିତିର ସଦସ୍ୟମାନଙ୍କୁ ମିଛ ମାମଲାରେ ଫସାଇବାକୁ ପୁଲିସ ଲାଗିପଡ଼ିଛି। ପଟିଆଗଡ଼ର ନେତୃତ୍ବ ନେଉଥିବା ସମିତିର ସଦସ୍ୟ ନିର୍ମଳ ମହାରଣାଙ୍କୁ ଏକ ମିଛ ମାମଲାରେ ଫସେଇବାକୁ ଚନ୍ଦ୍ରଶେଖରପୁର ଥାନାରୁ ତାଙ୍କୁ ଘରକୁ ଏକ ନୋଟିସ ପଠାଯାଇଛି। ଯେତେବେଳେ କି ଉକ୍ତ ମାମଲାରେ ତାଙ୍କର କୌଣସି ସମ୍ପର୍କ ନାହିଁ। ସମିତିର ମନବଳ ଭାଙ୍ଗିବା ପାଇଁ ପୁଲିସ ଏଭଳି କରୁଥିବାରୁ ଖୁବ୍‌ଶୀଘ୍ର ସମିତି ପକ୍ଷରୁ ଜାତୀୟ ମାନବାଧିକାର କମିସନରେ ଲିଖିତ ଅଭିଯୋଗ କରାଯିବ। ଅହିଂସା ମାର୍ଗରେ ଚାଲିଥିବା ଆନ୍ଦୋଳନକୁ ପୁଲିସ ଲଗାଇ ଚାପିବାକୁ ଚେଷ୍ଟା କଲେ ଅଞ୍ଚଳବାସୀ ତା’ର ଜବାବ ଦେବେ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।