ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ବାରଣ୍ଡା ଓ ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠ ପଢା

ବାଲିଗୁଡା ୦୧/୧୦: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଏବଂ ସାର୍ବଜନିନ ସ୍ମାର୍ଟ କରିବା ପାଇଁ ସରକାର ବିଭିନ୍ନ ବିଦ୍ୟାଳୟକୁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲାରେ ଟି ବିଦ୍ୟାଳୟର ଅର୍ଥଚଳୁ ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହାର ସୁଫଳ ପାଇପାରୁ ନଥିବା ଅଭିଯୋଗ ହୋଇଛି ।

ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ଅଧିନସ୍ଥ ଶ୍ରୀରାମପୁର ସୁବର୍ଣ୍ଣଗିରି ମାର୍ଲାଙ୍ଗ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଦାୟିତ୍ୱରେ ଥିବା ବିଡ଼ିଓ ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କୋଟିକୋଟି ଟଙ୍କା ଆତ୍ମସାତ ଯୋଗୁଁ ଛାତ୍ରଛାତ୍ରୀ ମାନେ ୫-ଟି ସ୍କୁଲ ମାନ୍ୟତା ପାଇଥିଲେ ମଧ୍ୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା କହିଛନ୍ତି ।

ତେବେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଗୃହରେ ଦୁଇରୁ ତିନିଟା କ୍ଲାସ ଚାଲିଛି । ସାଇକେଲ ଷ୍ଟାଣ୍ଡ ଏବଂ ହଷ୍ଟେଲ ରେ ଖୁନ୍ଦା ଖୁନ୍ଦି ହୋଇ ପିଲା ପାଠ ପଢୁଛନ୍ତି । ଖୋଲା ଆକାଶ ତଳେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି ଛାତ୍ର ଛାତ୍ରୀ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖରା ବର୍ଷା ଶୀତ ରେ ଗଛତଳେ ମଧ୍ୟାହ୍ନ ଭୋଜନ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି