ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର: ଓଡ଼ିଶାରୁ ପାଇଲେ ଚାରି ଶିକ୍ଷା ଅଧିକାରୀ 

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ଚାରିଜଜଣ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ବିଭିନ୍ନ ବର୍ଷ (୨୦୨୦ -୨୦୨୧ ଓ ୨୦୨୧ -୨୦୨୨ ) ପାଇଁ ମିଳିଛି ସମ୍ମାନଜନକ ଜାତୀୟ ପୁରସ୍କାର। ଏହି ତାଲିକାରେ ଅଛନ୍ତି କଟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ, ବାଲିପାଟଣା ତଥା ବର୍ତ୍ତମାନର ଉପ ନିର୍ଦ୍ଦେଶକ ମହେଶ୍ଵର ସାହୁ, ଭୁବନେଶ୍ବର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପ୍ରଜ୍ଞା ପାରମିତା ଜେନା ଓ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥୀ ବେହେରା।

ଭାରତ ସରକାରଙ୍କ ତରଫରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନଆଇଇପିଏ) ଦ୍ଵାରା  ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର, ୧୫ ଜନପଥ, ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ମାନନୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଉପରୋକ୍ତ ଶିକ୍ଷା ଅଧିକାରୀମାନେ ଏହି ସମ୍ମାନଜନକ ଜାତୀୟ  ପୁରସ୍କାର ଗ୍ରହଣ କରି ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଛନ୍ତି।

ଏହି କ୍ରମରେ ମହେଶ୍ଵର ସାହୁଙ୍କୁ ସୁନ୍ଦର ବିଦ୍ୟାଳୟ ପରିବେଶରେ ଆନନ୍ଦଦାୟକ ଶିକ୍ଷା ଦିଗରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର ମିଳିଥିବା ବେଳେ, ଛାତ୍ରଛାତ୍ରୀ ମାନଙ୍କର ଅନଲାଇନ ପାଠପଢ଼ାସନ ପାଇଁ ଶିକ୍ଷଣ ସାମଗ୍ରୀ ସୃଷ୍ଟି ଓ ତାହାର ଉପଯୋଗ ଉପରେ ଡ. ସନ୍ତୋଷ କୁମାର ରାଉତଙ୍କୁ ଏହି ପୁରସ୍କାର ମିଳିଛି । ଅନ୍ୟ ପକ୍ଷରେ ଡ.

ପ୍ରଜ୍ଞା ପାରମିତା ଜେନାଙ୍କୁ ବଗିଚାରେ ପାଠପଢା ଓ ଅନ୍ୟ ଅଭିନବ ପ୍ରୟାସ ପାଇଁ ଓ  ଭାଗୀରଥୀ ବେହେରାଙ୍କୁ ବିଦ୍ୟାଳୟ ସ୍ତରରେ ଶିଶୁ ଲେଖକ ସୃଷ୍ଟି ଦିଗରେ ପ୍ରଚେଷ୍ଟା ପାଇଁ ମିଳିଛି ଜାତୀୟ ପୁରସ୍କାର ଓ ପ୍ରଶଂସା ପତ୍ର।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।