ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷକ ବଦଳିକୁ ବିରୋଧ କରି ବିଦ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ

ବାଲିପାଟଣା ୧୮/୧୨: ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଧାରଣା । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଶିକ୍ଷା ମଣ୍ଡଳ ଅଧିନ ଖଜୁରିଆପଡ଼ା ଗ୍ରାମରେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଦ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି । ଖଜୁରିଆପଡ଼ା ଉପ୍ରା ବିଦ୍ୟାଳୟର ଉର୍ଦ୍ଦୁ ଶିକ୍ଷକ ମୀର ଆରିଫ ଅଲ୍ଲୀଙ୍କର ଗତ ସସ୍ତାହରେ ବଦଳି ହୋଇଥିଲା । ବିଦ୍ୟାଳୟରେ ମୋଟ ୧୮୪ ଛାତ୍ରଛାତ୍ରୀ ପାଠ ପଡନ୍ତି ।

ଏଥିପାଇଁ ୮ ଶିକ୍ଷକ, ଶିକ୍ଷୟତ୍ରୀ ବିଦ୍ୟାଳୟରେ ନିୟୋଜିତ ହୋଇଛନ୍ତି । ମାତ୍ର ୩ ଜଣ ଶିକ୍ଷୟତ୍ରୀ ପ୍ରସ୍ଵତୀ କାଳିନ ଛୁଟିରେ ରହିବା ସହ, ଅନ୍ୟ ଦୁଇ ଶିକ୍ଷକଙ୍କୁ ଅଫିସ୍ କାର୍ଯ୍ୟରେ (BLO କାର୍ଯ୍ୟରେ ) ନିୟୋଜିତ ହୋଇଛନ୍ତି । ୩ ଶିକ୍ଷକ ମଧ୍ୟରୁ ଉର୍ଦ୍ଦୁ ଶିକ୍ଷକଙ୍କ ବଦଳି ହେବା ଯୋଗୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ଅଭିଭାବକ କହିଛନ୍ତି । ସାର୍ ଆମକୁ ଭଲ ପାଠ ପଢାନ୍ତି, ଅମକୁ ସ୍ନେହଁ କରନ୍ତି । ଆମେ କଦାପି ସାର୍ ଙ୍କୁ ଯିବାକୁ ଦେବୁ ନାହିଁ । ବଦଳି ଆଦେଶ ନ ଉଠିଲେ ଆମେ ଉଠିବୁ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି