ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷକ ଦାବିରେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ପ୍ରଧାନ ଶିକ୍ଷକଙ୍କ ଅବସର ବଢିଲା ପାଠପଢା ଚିନ୍ତା

ଆନନ୍ଦପୁର ୩୧/୦୩: କରୋନା ମହାମାରୀ ଯୋଗୁଁ ୨ବର୍ଷରୁ ଅଧିକ ସମୟ ଧରି ପିଲାଙ୍କ ପାଠପଢାରେ ଲାଗିଥିଲା ଡୋରୀ । ଏବେ ମହାମାରୀ ଥମିବାପରେ ଖୋଲିଥିଲା ସ୍କୁଲ୍ । ହେଲେ ସ୍କୁଲ ଖୋଲିବା ପରେ ଶିକ୍ଷକ ଅଭାବ ଜନିତ ସମସ୍ୟା ନେଇ ପିଲାଙ୍କ ପାଠପଢା ପୁଣିଥରେ ଲାଗିଛି ବ୍ରେକ୍ ।

ଆନନ୍ଦପୁର ବ୍ଲକ୍ ଶିକ୍ଷାଅଧିକାରୀଙ୍କ ଅଧିନ ପଣସଡିହା ପଞ୍ଚାୟତ ଜଞ୍ଜାଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଏଭଳି ସମସ୍ୟା ନେଇ ଚିନ୍ତାରେ ପଡିଥିବା ଶତାଧିକ ଗ୍ରାମବାସୀ ଆଜି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବିଦ୍ୟାଳୟରେ ୬୦ ଅଧିକ ଛାତ୍ରଛାତ୍ରୀ ପଢୁଥିବାବେଳେ ୨ଜଣ ଶିକ୍ଷକ ରହିଥିଲେ । ହେଲେ କିଛିଦିନ ତଳେ ପ୍ରଧାନଶିକ୍ଷକଙ୍କ ଚାକିରୀରୁ ଅବସର ହୋଥିବାରୁ ଏବେ ଶିକ୍ଷାଦାନରେ ବ୍ୟାହତ ଦେଖାଦେଇଛି ।

ଗ୍ରାମବାସୀ ମାନେ ଆଜି ଏକତ୍ରୀତ ହୋଇ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ତୁତନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି । ସେପଟେ ଏନେଇ ବ୍ଲକ୍ ଶିକ୍ଷାଅଧିକାରୀଙ୍କ ଅନୁପସ୍ଥିତିରେ ସହ ଶିକ୍ଷାଅଧିକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।

ସଂପୃକ୍ତ ସ୍କୁଲ୍ ଟି ଏକ ଅନୁଦାନ ପ୍ରାପ୍ତ ସ୍କୁଲ୍ ହୋଇଥିବାରୁ ସରକାର ତାକୁ ବିଲୋପନ କରିଥିବା କହିଛନ୍ତି । ତେବେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯାଇଛି । ଖୁବ୍ ସିଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଥିବା କହିଛନ୍ତି ସହଶିକ୍ଷାଧିକାରୀ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି