ଅପରାଧ ରାଜ୍ୟ

ଶିକାରୀଙ୍କ ଗୁଳିରେ ୩ ପୁଲିସ ନିହତ; ଜଣେ ଶିକାରୀ ମୃତ, ୪ ଗିରଫ

ଭୋପାଳ/ଗୁନା : ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଶନିବାର ସକାଳେ କୃଷ୍ଣସାର ମୃଗ ଶିକାରୀଙ୍କ ଗୁଳିମାଡ଼ରେ ୩ ପୁଲିସ କର୍ମୀ ନିହକ ହୋଇଛନ୍ତି। ଶିକାରୀଙ୍କ ତଲାସୀ ଅଭିଯାନରେ ବାହାରିଥିବା ପୁଲିସ ଟିମ୍‌ ଉପରେ ଆରନ ଜଙ୍ଗଲରେ ଅତର୍କିତ ଗୁଳିମାଡ଼ ହୋଇଥିଲା। ଏଥିରେ ଏସ୍‌ଆଇ ରାଜକୁମାର ଜାତବ (୨୭), କନଷ୍ଟେବଳ ନିରଜ ଭାର୍ଗବ (୩୮) ଏବଂ ସନ୍ତରାମ ମୀନା (୨୭)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଜଣେ ଶିକାରୀ ମଧ୍ୟ ଗୁଳିମାଡ଼ରେ ପ୍ରାଣ ହରାଇଛି। ମୃତ ଶିକାରୀକୁ ନୌସାଦ ମେୱାଟି ବୋଲି ଚିହ୍ନଟ କରାଯାଇଛି। ତା’ର ଅନ୍ୟ ୪ ଜଣ ସହଯୋଗୀ ଶିକାରୀ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି।

ଗୁନା ଗ୍ରାମର ସାଗରବାରଖେଡ଼ା ନିକଟସ୍ଥ ଆରନ ଜଙ୍ଗଲରେ କୃଷ୍ଣସାର ମୃଗ ଶିକାର ସଂକ୍ରାନ୍ତରେ ଗତରାତିରେ ପୁଲିସ ଖବର ପାଇଥିଲା। ପୁଲିସ ଟିମ୍‌ ରାତି ୨.୪୫ ସମୟରେ ଆରନ ଜଙ୍ଗଲରେ ପହଞ୍ଚିବା ପରେ ୩ ଶିକାରୀଙ୍କୁ ଧରିଥିଲା। ଅନ୍ୟ ଶିକାରଙ୍କୁ ଠାବ କରିବା ପାଇଁ ତଲାସୀ ଚାଲିଥିବା ୪ ଜଣ ଶିକାରୀ ମୋଟର ବାଇକ୍‌ରେ ଆସି ପୁଲିସ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ୩ ପୁଲିସଙ୍କ ମୃତ୍ୟୁ ହୋଇଥି‌ଲା ଏବଂ ଆଉ ଜଣେ ଏଥିରେ ଆହତ ହୋଇଛନ୍ତି। ପୁଲିସ ବାହିନୀ ଉପରେ ଆକ୍ରମଣ
ଖବର ପାଇଁ ତତ୍‌କ୍ଷଣାତ ୧୦ଟି ପୁଲିସ ଷ୍ଟେସନ୍‌ରୁ ଶତାଧିକ ପୁଲିସ କର୍ମୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତ ପୁଲିସଙ୍କ ପରିବାର ପାଇଁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ଘଟଣାସ୍ଥଳରେ ପହଞ୍ଚିବାପରେ ବିଳମ୍ବ କରିଥିବାରୁ ଗ୍ବାଲିୟର ପୁଲିସ ଆଇଜି ଅନିଲ ଶର୍ମାଙ୍କୁ ଦାୟିତ୍ବରୁ ହଟାଯାଇଛି। ପୁଲିସ ଉପରେ ଗୁଳିମାଡ଼ କରିଥିବା ଶିକାରୀଙ୍କ ଘରକୁ ଶନିବାର ଅପରାହ୍ନରେ ବୁଲ୍‌ଡୋଜର ଲଗାଇ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ବି‌ରୋଧୀ ଦଳ ନେତା ଗୋବିନ୍ଦ ସିଂହ ଏହି ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।