ରାଜ୍ୟ ସ୍ପେଶାଲ ରିପୋର୍ଟ

ଶାଶୁ ଓ ଦିବ୍ୟାଙ୍ଗ ଦେଢଶୁରଙ୍କୁ ଘରେ ତାଲା ଦେଇ ବୋହୂ ଫେରାର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଗ୍ରାମର ଜଣେ ବୋହୂ ନିଜ ଶାଶୁ ସୁମିତ୍ରା ବେଶ୍ରା ଓ ଦେଢଶୁର ଦିବ୍ୟାଙ୍ଗ ପରମାନନ୍ଦ ବେଶ୍ରା ଉଭୟ ଘରେ ଥିଲାବେଳେ ଘର ବାହାର ପଟୁ ୫ ଦିନ ହେଲାଣି ତାଲା ଦେଇ ନିଜ ଝିଅକୁ ନେଇ କେଉଁ ଆଡେ ଫେରାର ହେଇଯାଇଛନ୍ତି ।ଏହି ଖବର ପାଇ କଙ୍କଡାହାଡ଼ ଥାନାର ଏଏସଆଇ ମିହିର କୁମାର ରାଉତ,ସରପଞ୍ଚ ତାପସ ପାଣି, ବିରାଶାଳ ରାଜସ୍ୱ ନିରୀକ୍ଷକ ଶୈଳବାଳା ସିଂହ, ଗ୍ରାମ ପୁର୍ବତନ ସଭାପତି ଅଭୟ ସିଂହ, ୱାଡ଼ ସଦସ୍ୟ ମିଶ୍ର ହାଁସଦା, ସମାଜସେବୀ ଛାୟାକାନ୍ତ ନାଏକ,ଅରୁଣ ସିଂହ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ ସୁମିତ୍ରା ବେଶ୍ରାଙ୍କ ସାନ ପୁଅ ବିରେନ୍ଦ୍ର ସିଂ ବେଶ୍ରା କାମିନୀଙ୍କୁ ପ୍ରେମ ବିବାହ କରିଥିଲେ । ସୁମିତ୍ରାଙ୍କ ସ୍ୱାମୀ ସନା ବେଶ୍ରାଙ୍କର ଦୀର୍ଘ ୩ ବର୍ଷ ତଳେ ମୃତ୍ୟୁ ହୋଇଥିବାବେଳେ ସାନ ପୁଅ ବିରେନ୍ଦ୍ର ସିଂଙ୍କର ପାଣିରେ ବୁଡି ମୃତ୍ୟୁ ହେଇଥିଲା । ଉଭୟଙ୍କ ମୃତ୍ୟୁ ପରେ ଘରେ ଶାଶୁ ସୁମିତ୍ରା,ଦିବ୍ୟାଙ୍ଗ ପୁଅ ପରମାନନ୍ଦ, ବୋହୂ କାମିନୀ ଓ ନାତୁଣୀ ରହୁଥିଲେ । ପରିଣତ ବୟସରେ ବୃଦ୍ଧା ଶାଶୁର ସାହା ଭରସା ଥିଲା ବୋହୂ କାମିନୀ | ତେବେ ବୋହୂ ଫେରାର ହୋଇଯିବା ପରେ ଏ ସଂକ୍ରାନ୍ତରେ ସୁମିତ୍ରାଙ୍କ ଦିଅର କୁତୁଲ ବେଶ୍ରା କଙ୍କଡାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କଙ୍କଡାହାଡ଼ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏସଂକ୍ରାନ୍ତରେ କଙ୍କଡାହାଡ଼ ଥାନା ଅଧିକାରିଣୀ ନିର୍ମଳା ଗୋଛାୟତ କହିଛନ୍ତି ଉଭୟଙ୍କୁ ଉଦ୍ଧାର କରି ବାଟଗାଁ ପଞ୍ଚାୟତ ଢୋଲଖମଣ ଗ୍ରାମରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରେ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।