ନୂଆଦିଲ୍ଲୀ ୨୪/୦୮ : ଧନୁ ରାଶିର ସ୍ୱାମୀ ଗ୍ରହ ବୃହସ୍ପତି । ଜ୍ୟୋତିଷ ଶାସ୍ତ୍ରରେ ଏହି ଗ୍ରହକୁ ସବୁଠାରୁ ଶୁଭ ଗ୍ରହ ବୋଲି ବିବେଚନା କରାଯାଏ । ଏହି ରାଶିର ଲୋକ ଧାର୍ମିକ ଏବଂ ବୁଦ୍ଧିମାନ ହୋଇଥାନ୍ତି। ଏହି ରାଶିର ଝିଅମାନେ ବହୁତ ଭାଗ୍ୟବାନ ବୋଲି ବିବେଚନା କରାଯାଏ । ବିଶେଷକରି ସେ ତାଙ୍କ ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କ ପାଇଁ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଥାନ୍ତି । ସେମାନେ ଯେଉଁ ଘରକୁ ଯାଆନ୍ତି, ସେଠାରେ ଧନ ଏବଂ ଅନ୍ନର କୌଣସି ଅଭାବ ରହି ନଥାଏ । ଚାଲନ୍ତୁ ଜାଣିବା ଧନୁ ରାଶିର ଝିଅମାନଙ୍କ ବିଷୟରେ …
ଏହି ରାଶିର ଝିଅମାନେ ଶରୀରରେ ବହୁତ ଶକ୍ତିଶାଳୀ ହୋଇଥାନ୍ତି । ସେମାନଙ୍କ ଆଖିରେ ଏକ ଭିନ୍ନ ଚମକ ରହିଥାଏ । ତାଙ୍କର କଥା କହିବା ଶୈଳୀ ସମସ୍ତଙ୍କୁ ଆକର୍ଷିତ କରିଥାଏ । ସେମାନେ ଶୀଘ୍ର କାହା ଉପରେ ବିଶ୍ୱାସ କରନ୍ତି ନାହିଁ । ସେମାନେ ବହୁତ ଆଗ୍ରହୀ ପ୍ରକୃତିର ହୋଇଥାନ୍ତି। ବହି ପଢିବାକୁ ସେମାନେ ବହୁତ ଭଲ ପାଇଥାନ୍ତି । ସେମାନେ ବହୁତ ଶୀଘ୍ର କ୍ରୋଧିତ ହୋଇଯାଆନ୍ତି ।
ଧନୁ ରାଶିର ଝିଅମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ । ପିଲାଦିନେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ, କିନ୍ତୁ ବଡ ହେବା ସହିତ ସେମାନଙ୍କର ସମସ୍ତ ଦୁଃଖ ସୁଖରେ ପରିଣତ ହେବାକୁ ଲାଗିଥାଏ । ତାଙ୍କ ପାଖରେ ଅର୍ଥର କୌଣସି ଅଭାବ ରହିନଥାଏ । ଭାଗ୍ୟ ବଳରେ ସେମାନଙ୍କୁ ସମସ୍ତ ସୁଖ-ସୁବିଧା ପ୍ରାପ୍ତ ହୋଇଥାଏ । ସେମାନେ ସର୍ବଦା ଏପରି ଜୀବନ ସାଥୀ ସନ୍ଧାନରେ ଥାଆନ୍ତି ଯିଏ ସେମାନଙ୍କୁ ମୁକ୍ତ ଭାବରେ ବଞ୍ଚିବାକୁ ଦେବେ ଏବଂ ସେମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇବେ ନାହିଁ ।
ନିଜର ଲକ୍ଷ୍ୟ ହାସଲ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି । ଏହି ରାଶିର ଝିଅମାନେ ସର୍ବଦା ବଡ଼ କଥା ଚିନ୍ତା କରିଥାନ୍ତି ଏବଂ କିଛି ଅଲଗା କରିବାକୁ ଚାହିଁଥାନ୍ତି । ସେମାନଙ୍କର ପ୍ରତ୍ୟେକ ବିଷୟରେ ଭଲ ଜ୍ଞାନ ରହିଥାଏ । ମାନଙ୍କର ଚିନ୍ତାଧାରା ବହୁତ ସକାରାତ୍ମକ ହୋଇଥାଏ ।

