ଅପରାଧ ରାଜ୍ୟ

ଶାରିରୀକ ସମ୍ପର୍କ ପରେ ଧୋକା, ପ୍ରେମିକାକୁ ଛାଡି ଅନ୍ୟତ୍ର ବିବାହ ଯୋଜନା

ଆନ୍ଧ୍ରରେ ପ୍ରେମ। ବିବାହ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ। ଗର୍ଭବତୀ ପ୍ରେମିକାକୁ ମନ୍ଦିରରେ କଲେ ବିବାହ। ପରେ ବୁଝାଇ ସୁଝାଇ ଗର୍ଭପାତ କରାଇଲେ। ଏବେ ପ୍ରେମିକାକୁ ଛାଡି ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ନ୍ୟାୟ ପାଇଁ ପ୍ରତାରିତ ପ୍ରେମିକା ପୋଲିସର ଦ୍ବାରସ୍ଥ।

କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁର ରାକେଶ ବୌରାଗି ଆନ୍ଧ୍ରପ୍ରଦେଶର ଏକ ସୁତା ମିଲ୍‌ରେ କାମ କରୁଥିଲେ। ସେଠାରେ କନ୍ଧମାଳର ଜଣେ ଯୁବତୀ ମଧ୍ୟ କାମ କରୁଥିଲେ। ମିଲ୍‌ରେ ଦୁହିଁଙ୍କର ଦେଖା ସାକ୍ଷାତ ଏବଂ ସେଠାରୁ ଆରମ୍ଭ ପ୍ରେମ । ବିବାହ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ରାକେଶ।

ପ୍ରେମିତା ଗର୍ଭବତୀ ହୋଇଯିବା ପରେ ରାକେଶ ତାଙ୍କୁ ମନ୍ଦିରରେ ବିବାହ କଲେ। ବିବାହ ପରେ ଯୁବତୀକୁ ବୁଝାଇ ଗର୍ଭପାତ କରାଇଲେ। ତାପରେ ଦୂରେଇଦେଲେ। ପ୍ରେମିକାଙ୍କୁ ତାଙ୍କ ଘରେ ଛାଡି ପରେ ତିଥି ଦେଖି ପୁଣି ଥରେ ଅନୁଷ୍ଠାନିକ ଭାବେ ବିବାହ କରିବାକୁ କହିଥିଲେ। ଏବେ ସେ ତାଙ୍କ କଥାରୁ ଓହରି ଯାଇଛନ୍ତି। ଯୁବତୀଙ୍କୁ ଛାଡି ଏବେ ଅନ୍ୟ ଆଡେ ବିବାହ କରିବାକୁ ଯାଉଛନ୍ତି ରାକେଶ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।