ରାଜ୍ୟ

ଶାବର ଶ୍ରୀକ୍ଷେତ୍ରରୁ ଗଲା କଳାଜିରା: ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ଭୋଗ

କୋରାପୁଟ: ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟ ଜିଲ୍ଲାର କଳାଜିରା ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗ। ଏଥିପାଇଁ ଆଜି ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାଇଛି ଚାଉଳ। ୧୨ଜଣିଆ ଆଦିବାସୀ ମହିଳା ଦଳ ଶାବର ଶ୍ରୀକ୍ଷେତ୍ର କୋରାପୁଟସ୍ଥିତ ଜଗନ୍ନାଥ ମନ୍ଦିରରେ ଚାଉଳ ଅର୍ପଣ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଗତି ଓ ଜୈବିକଶ୍ରୀ କମ୍ପାନି ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଶାବରମତି, ଡ. ରଞ୍ଜିତା ପୁଷ୍କର, ପ୍ରଗତି ସମ୍ପାଦକ ପ୍ରଭାକର ଅଧିକାରୀ, ସିଇଓ ଲୁନା ପଣ୍ଡା, ଜୈବିକଶ୍ରୀ ସିଇଓ ମୁରଲୀଧର ଅଧିକାରୀ, ଏମ୍‌ଡି ସୁରେନ୍ଦ୍ର ମସ୍ତି, ଅଞ୍ଜନିତା ଅଧିକାରୀ, ପ୍ରଦୀପ୍ତ ସାହୁ, କୌସ୍ତୁବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତମାନର। ତେଣୁ ଶ୍ରୀମନ୍ଦିର ରୋ‌ଷଶାଳରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଅଗଣିତ ଚାଷୀ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି। ବିଶେଷ କରି ଖିରି ଓ ବିରିୟାନି ପାଇଁ ଏହି ଚାଉଳ ପୂର୍ବରୁ ବହୁଳ ଭାବେ ବ୍ୟବହାର ହେଉଥିଲା ବେଳେ ଏହି କିସମ ଧାନ ଚାଷ ପ୍ରାକୃତିକ ଦୁର୍ବିପାକ ସହ୍ୟ କରିବାର କ୍ଷମତା ରଖିଛି। ୧୪୦ରୁ ୧୫୫ଦିନ ମଧ୍ୟରେ ଏକର ପିଛା ୫ରୁ ୧୦କୁଇଣ୍ଟାଲ ପର୍ଯ୍ୟନ୍ତ ଏହା ଅମଳ ହୋଇଥାଏ। କଳାଜିରା କୋରାପୁଟ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିଲା ବେଳେ ମହାପ୍ରଭୁଙ୍କ ସେବାରେ ଲାଗିବା ଆଧ୍ୟାତ୍ମିକ ଉପଲବ୍ଧି ବୋଲି ମତପ୍ରକାଶ ପାଇଛି।

କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ୧୮୦୦ରୁ ଅଧିକ ଚାଷୀ କଳାଜିରା ଧାନ ଚାଷ କରୁଛନ୍ତି। ବିଶେଷ କରି ଆଦିବାସୀ ମହିଳା ଚାଷୀ ଏହି ପାରଂପରିକ ଧାନକୁ ଚାଷ କରୁଛନ୍ତି। ସ୍ବତନ୍ତ୍ର କିସମ ହୋଇଥିଲେ ସୁଦ୍ଧା ଧାନ ଚାଷ ସଂପର୍କିତ ଐତିହାସିକ ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନି। କମ ଉତ୍ପାଦନ ଓ ଅଧିକ ସମୟ ନେଉଥିବାରୁ ସମୟକ୍ରମେ ଏହି ଧାନ ଚାଷ କରିବାକୁ ଚାଷୀ ବିମୁଖ ହୋଇଥିଲେ। ତେଣୁ ସଂରକ୍ଷଣ କରି ରଖିବା ବଡ଼ ଚ୍ୟାଲେଞ୍ଜ ହୋଇଥିଲା। କିନ୍ତୁ ଗତ କିଛି ବର୍ଷରେ ବିଶ୍ବ ବଜାରରେ ଏହି ଚାଉଳର ଚାହିଦା ବଢ଼ିବା ପରେ କୋରାପୁଟ ଜିଲ୍ଲାର ଅର୍ଥନୀତିକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।