ରାଜ୍ୟ ସ୍ପେଶାଲ ରିପୋର୍ଟ

ଶରଧାବାଲିରେ ଗହଳିଚହଳି : ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ

ପୁରୀ: ଶରଧାବାଲିରେ ତିନିଟି ଯାକ ରଥ ପହଞ୍ଚିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି ଭକ୍ତ। ଚଳଚଞ୍ଚଳ ହୋଇଛି ଶରଧାବାଲି। ମେଡିକାଲ୍‌ ଛକରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି। ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ରଥ ଚାରିପାର୍ଶ୍ବରେ ବି ଭକ୍ତଙ୍କ ଗହଳିଚହଳି ଲାଗି ରହିଛି। ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭିଡ଼ ଲାଗି ରହିଥିବାବେଳେ ଭକ୍ତମାନେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ମନଖୋଲା ଦର୍ଶନ କରିଛନ୍ତି। ଭାବବିନୋଦିଆ କାଳିଆର ଭାବରେ ବୁଡ଼ି ଭାବବିହ୍ବଳ ହୋଇଛନ୍ତି। ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ଦର୍ଶନ ସହ ଆଖିରେ ଆଖି ମିଶାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଯେଭଳି ପ୍ରତିଯୋଗିତା ଲାଗିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେଡିକାଲ୍‌ ଛକରୁ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବୀରହରେକୃଷ୍ଣପୁର ଛକ, ମାଳତୀପାଟପୁର ଛକ, ମଙ୍ଗଳାଘାଟ ଛକ ଆଦି ସ୍ଥାନରେ ବ୍ୟାରିକେଡ୍ କରି ପୁଲିସ ଯାନବାହନ ନିୟନ୍ତ୍ରଣ କରୁଛି।

ଟାହିଆ ଟୁକୁରା ଟୁକୁରା କରିଦେଲେ
ରଥଯାତ୍ରା ବ୍ୟବସ୍ଥାବଳୀରେ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିଲା ଯେ ଶ୍ରୀବିଗ୍ରହଙ୍କ ଟାହିଆ ସଂପୂର୍ଣ୍ଣ ଅକ୍ଷତ ରହିବ। କେହି ବି ଏହାକୁ ଛୁଇଁ ପାରିବେନି। କିନ୍ତୁ ଶ୍ରୀଜଗନ୍ନାଥଙ୍କ ଟାହିଆ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି। ସେବକମାନେ ଏହି ଟାହିଆକୁ ଟୁକୁରା ଟୁକୁରା କରି ଭକ୍ତଙ୍କୁ ବାଣ୍ଟି ଦେଇଛନ୍ତି। ଶ୍ରୀଜଗନ୍ନାଥ ରଥକୁ ପହଣ୍ଡି ହେବା ପରେ ମସ୍ତକରେ ଲାଗିଥିବା ଟାହିଆ ଅକ୍ଷତ ଖୋଲିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ପହଣ୍ଡି ଶେଷ ପୂର୍ବରୁ ହିଁ ରଥ ଉପରେ ସେବକମାନେ ଟାହିଆ ଛିଣ୍ଡାଇବାରେ ଲାଗି ପଡ଼ିଥିଲେ। ପରେ ରଥରେ ଥିବା ସେବକମାନେ ଏହାକୁ ରଥ ପଛକୁ ଆଣି ଭକ୍ତଙ୍କୁ ଟିକି ଟିକି କରି ଫିଙ୍ଗିଥିଲେ। ରଥ ତଳକୁ ଝୁଲାଇ ରଖିବାରୁ ଭକ୍ତମାନେ ବି ଟାହିଆକୁ ଭିଡ଼ି ପକାଇଥିଲେ। ଫଳରେ ଏହା ଟିକି ଟିକି ହୋଇ ଛିଣ୍ଡି ଯାଇଥିଲା। ପରେ ସେବକମାନେ ଭକ୍ତଙ୍କ ଗହଳିକୁ ଟାହିଆକୁ ଫିଙ୍ଗି ଦେଇଥିଲେ। ଯେଉଁଥିପାଇଁ ଭକ୍ତଙ୍କ ଭିତରେ ଠେଲାପେଲା ସ୍ଥିତି ଉପୁଜିଥିଲା। ଭକ୍ତଙ୍କ ସହ ପୁଲିସ ଓ ଅନ୍ୟମାନେ ଟାହିଆର ଅଂଶ ପାଇବାକୁ ଯେଭଳି ପ୍ରତିଯୋଗିତା ଚଳାଇଥିବା ଦେଖିବାକୁ ମିଳିଥିଲା।

ବୃଦ୍ଧାଙ୍କୁ କାନ୍ଧେଇ ରଥ ଦେଖାଇଲେ ପୁଲିସ ବାବୁ
ଜଣେ ବୃଦ୍ଧାଙ୍କୁ କାନ୍ଧେଇ ରଥ ଦେଖାଇଛନ୍ତି ଜଣେ ପୁଲିସ ବାବୁ। ଆଜି ସକାଳେ ରଥ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ପୁଲିସ ବାବୁ ବୟସାଧିକ ଏହି ବୃଦ୍ଧାଙ୍କୁ କାନ୍ଧରେ ବସାଇ ପ୍ରଥମେ ରଥାରୁଢ଼ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଦର୍ଶନ କରାଇଥିଲେ। ପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇଥିଲେ। ଏହି ଅବସରରେ ବୃଦ୍ଧା ଜଣକ ସଂପୃକ୍ତ ପୁଲିସଙ୍କ ସହ ଅନ୍ୟାମାନଙ୍କୁ ଆଶୀର୍ବାଦ ବି ଦେଇଥିଲେ।

କୁନି ରଥ ଟାଣିଲେ ଜାପାନୀ ଭକ୍ତ
ଜାପାନରୁ ଆସିଥିବା ବହୁ ମହିଳା ଓ ପୁରୁଷ ଭକ୍ତ ବଡ଼ଦାଣ୍ଡରେ ଏକ କୁନି ରଥକୁ ଟାଣିଥିବା ଦେଖିବାକୁ ମିଳିଥିଲା। ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆକୁଳ ଥିଲେ ଭକ୍ତ। ଇଣ୍ଡିଆ-ଜାପାନୀ ଫ୍ରେଣ୍ଡ୍‌ସିପ ସେଣ୍ଟରର ଅଧ୍ୟକ୍ଷ ଶ୍ରୀମନ୍ତ କୁମାର ଦାଶଙ୍କ ସହଯୋଗରେ ୨୫ଜଣ ଜାପାନୀ ଭକ୍ତ ବଡ଼ଦାଣ୍ଡରେ ରଥଯାତ୍ରା ଦେଖିଥିଲେ। ଓଡ଼ିଶାର ରଥଯାତ୍ରା ଓ ସଂସ୍କୃତିକୁ ଦେଖି ଏହି ବିଦେଶୀ ଭକ୍ତମାନେ ବିମୋହିତ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।