କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଶନି ମହାଗ୍ରହ କଥା

ଜ୍ୟେଷ୍ଠ ଅମାବାସ୍ୟା ସାବିତ୍ରୀ ଅମାବାସ୍ୟା ଭାବରେ ପାଳିତ ହେବା ସହିତ, ଶନି ମହାଗ୍ରହଙ୍କର ଜୟନ୍ତୀ ରୂପେ ମଧ୍ୟ ପାଳିତ ହୋଇଥାଏ। ନବଗ୍ରହଙ୍କ କ୍ରମରେ ଶନି ସପ୍ତମ। ଏହାଙ୍କ ନାମରେ ସପ୍ତାହର ଶେଷବାର ନାମିତ ହୋଇଛି। ପ୍ରଥମ ବାର ସୂର୍ଯ୍ୟଙ୍କ ନାମରେ ‘ରବି’ ଓ ଦ୍ୱିତୀୟ ବାର ଚନ୍ଦ୍ରଙ୍କ ନାମରେ ‘ସୋମ’ ଭାବରେ ନାମିତ। ଅନ୍ୟ ଚାରି ବାର ଯଥାକ୍ରମେ ମଙ୍ଗଳ, ବୁଧ, ଗୁରୁ (ବୃହସ୍ପତି) ଏବଂ ଶୁକ୍ର ଗ୍ରହଙ୍କ ନାମରେ ନାମିତ ହୋଇଛି। ପୁରାଣ କାହାଣୀ ଅନୁସାରେ ଶନି ସୂର୍ଯ୍ୟପୁତ୍ର। ତାଙ୍କର ମାତା ଛାୟା। ପରେ ତାଙ୍କୁ ଗ୍ରହମଣ୍ଡଳରେ ସ୍ଥାନ ମିଳିଥିଲା। ପୁରାଣ କାହାଣୀରେ ଏପରି ମଧ୍ୟ ଅଛି, ଯେ ସେ ପୁନଶ୍ଚ ସୌରାଷ୍ଟ୍ର ପ୍ରାନ୍ତର ଏକ ଶୂଦ୍ର ଗୃହରେ ଜନ୍ମଗ୍ରହଣ କରିଥିଲେ। ସେହି ଜନ୍ମରେ ସେ ଗୁରୁଗୃହରେ ରହି ବିଦ୍ୟା ଅର୍ଜନ କରିଥିଲେ ଏବଂ ଭଗବାନ ବିଷ୍ଣୁଙ୍କଠାରୁ ମହାଗ୍ରହ ହେବାର ବର ପାଇଥିଲେ। ରାହୁ ଓ କେତୁଙ୍କ ସହ ତାଙ୍କର ମିତ୍ରତା ହୋଇଥିଲା।

‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ଗଣେଶ ଖଣ୍ଡ’ରେ ଥିବା ଉପାଖ୍ୟାନ ଅନୁସାରେ, ଚିତ୍ରଗୁପ୍ତଙ୍କ କନ୍ୟା ସହ ଶନିଙ୍କର ବିବାହ ହୋଇଥିଲା। ମାତ୍ର ପତ୍ନୀଙ୍କର ଋତୁରକ୍ଷା ନ କରିବାରୁ ତାଙ୍କର ପତ୍ନୀ ତାଙ୍କୁ ଅଭିଶାପ ଦେଲେ ଯେ ସେ ଯାହାକୁ ଚାହିଁବେ ତାହା ନଷ୍ଟ ହୋଇଯିବ। ଗଣେଶଙ୍କ ଜନ୍ମ ପରେ, ମାତା ପାର୍ବତୀ ବାଧ୍ୟ କରିବାରୁ ସେ ଗଣେଶଙ୍କୁ ଦେଖିବାକୁ ଯାଇଥିଲେ; ମାତ୍ର ତାଙ୍କର ଦୃଷ୍ଟି ପଡ଼ିବା ମାତ୍ରେ ଗଣେଶଙ୍କର ମସ୍ତକ ନଷ୍ଟ ହୋଇଗଲା। ଫଳରେ ଏକ ହାତୀର ମସ୍ତକ ପ୍ରତିରୋପଣ କରାଯାଇ ସେ ହେଲେ ଗଜାନନ। ସେହି ଘଟଣାରେ ମାତା ପାର୍ବତୀଙ୍କ ଅଭିଶାପରେ ଶନି ଖଞ୍ଜ ହୋଇଯାଇଥିଲେ। ଶନିଙ୍କ କୋପରୁ ରକ୍ଷା ପାଇବାପାଇଁ ପଣ୍ଡିତମାନେ ଅନେକ ପ୍ରତିକାରର ଉପାୟ କହିଛନ୍ତି। ସେ ସବୁ ମଧ୍ୟରେ ଶନିଙ୍କ ସ୍ତୋତ୍ର ଓ କବଚ ପାଠ ଏବଂ ବୀଜମନ୍ତ୍ର ଜପ ଆଦି ଅନ୍ତର୍ଭୁକ୍ତ। ଶନି ମହାଗ୍ରହଙ୍କ ବୀଜମନ୍ତ୍ର ହେଉଛି- “ଓଁ ପ୍ରାଁ ପ୍ରୀଂ ପୈାଂ ସଃ ଶନୟେ ନମଃ।” ‘ସତ୍ୟଭାମା-ଶ୍ରୀକୃଷ୍ଣ ସମ୍ବାଦ’ ଭାବରେ ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣିତ ‘ଶନିମେଳା କଥା’ ମଧ୍ୟ ବେଶ୍ ଲୋକପ୍ରିୟ। ଶନିଙ୍କ ପ୍ରୀତି ପାଇଁ ସୂର୍ଯ୍ୟାସ୍ତ ସମୟରେ ଅସ୍ତଗାମୀ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ରାଶିତେଲର ଲୁହାଦୀପରେ ଦୀପଦାନ କରିବାର ବିଧାନ ମଧ୍ୟ ଅଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ