ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଶନିବାର ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ କରିବେ ମୋଦି, ଦେଖିବେ କରୋନା ଭାକସିନ୍‌ର ପ୍ରସ୍ତୁତି

ନୂଆଦିଲ୍ଲୀ,୨୭/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ପ୍ରସ୍ତୁତି ଦେଖିବାକୁ ଯିବେ । ଶନିବାର ସେ ପୁନେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସଆଇଆଇ) ସହ ଅହମ୍ମଦାବାଦରେ ଥିବା ଜାଇଡସ୍‌ ବାୟୋଟେକ୍‌ ପାର୍କ ଏବଂ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ଗସ୍ତ କରିବେ। ସେଠାରେ ସେ ଟିକା ଦେଖିବା ସହ ସମୀକ୍ଷା ମଧ୍ୟ କରିବେ ।

ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳ ୯ଟାରେ ପ୍ରଥମେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଫାର୍ମା କମ୍ପାନି ଜାଇଡସ୍‌ କାଡିଲାର ‘ଜାଇଡସ୍‌ ବାୟୋଟେକ୍‌ ପାର୍କ’ ଗସ୍ତ କରିବେ। ଅହମ୍ମଦାବାଦ ସହର ଉପକଣ୍ଠରେ ଥିବା ଏହି ସଂସ୍ଥା ନିଜସ୍ୱ କରୋନା ଟିକା ‘ଜାଇକୋଭ୍‌-ଡି’ ପ୍ରସ୍ତୁତ କରୁଛି । ଚାଙ୍ଗେଦର ପାର୍କରେ ଏହି ଟିକାର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଏଠାରେ ସେ ପ୍ରାୟ ଏକ ଘଣ୍ଟା ରହିବେ । ସେଠାରୁ ସେ ପୁନେ ଅଭିମୁଖେ ଗସ୍ତ କରିବେ ।

ପୁନେରେ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା କରୋନା ପ୍ରତିଷେଧକ ଟିକା ‘କୋଭିସିଲ୍ଡ’ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୩୦ରେ ପୁନେର ଲାହେଗାଓଁ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ହେଲିକପ୍ଟର ଯୋଗେ ସେରମ ଇନଷ୍ଟିଚ୍ୟୁଟ୍ ଯିବେ। ଟିକା ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ପରୀକ୍ଷଣ ଓ ବଣ୍ଟନ ପ୍ରକ୍ରିୟା ବାବଦରେ ମଧ୍ୟ ଆଲୋଚନା କରିବେ । ଏବେ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ୍ ଚାଲିଛି ।

ପୁନେରେ ସେରମ ଇନଷ୍ଟିଚ୍ୟୁଟରେ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିବେ । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ଫାର୍ମ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି (ଏନଆଇଭି) ସହ ମିଳିତ ଭାବେ କରୋନା ଟିକା ‘କୋଭାକ୍ସିନ୍‌’ ପ୍ରସ୍ତୁତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏଠାରେ ପ୍ରାୟ ଏକ ଘଣ୍ଟା ରହିବେ ବୋଲି ସୂଚନା ମିଳିଛି । ଏବେ ଦେଶର ୨୫ଟି ଲାବୋରେଟାରୀରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ପ୍ରାୟ ୨୬ ହଜାର ସ୍ୱେଚ୍ଛାସେବୀଙ୍କ ଦେହରେ ଏହି ଟିକାର ପରୀକ୍ଷଣ ହେଉଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର