ଧର୍ମ

ଶଙ୍ଖ ସହିତ ରହିଛି ଦେବୀ ଲକ୍ଷ୍ମୀଙ୍କର ଗଭୀର ସମ୍ପର୍କ : ପୂଜା ଘରେ ରଖିବା ଦ୍ୱାରା ମିଳିଥାଏ ଅନେକ ଲାଭ

ନୂଆଦିଲ୍ଲୀ ୧୩/୦୭: ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ପୂଜା ପରେ ଶଙ୍ଖ ବଜାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ। ଏହାକୁ ଶ୍ରୀହରି ଧାରଣ କରିଛନ୍ତି । ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ୧୪ ଟି ରତ୍ନ ସହିତ ଏକ ଦକ୍ଷିଣାବର୍ତ୍ତୀ ଶଙ୍ଖ ମଧ୍ୟ ବାହାରିଥିଲା । ସମୁଦ୍ର ମନ୍ଥନ ସମୟରେ ଦେବୀ ଲକ୍ଷ୍ମୀ ମଧ୍ୟ ପୁନର୍ବାର ଆବିର୍ଭାବ ହୋଇଥିଲେ। ତେଣୁ ଶଙ୍ଖକୁ ତାଙ୍କ ଭାଇ ବୋଲି କୁହାଯାଏ । ଏହା ଭଗବାନ ବିଷ୍ଣୁଙ୍କ ସହିତ, ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ । ଏହା ସହିତ, ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଘରେ ରଖିବା ଦ୍ୱାରା ସୁଖ-ଶାନ୍ତି, ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ…


ସୁଖ-ସମୃଦ୍ଧି ପାଇଁ:

ଦେବୀ ଲକ୍ଷ୍ମୀଙ୍କର ଶଙ୍ଖ ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ଏହାକୁ ପୂଜା ଘରେ ସ୍ଥାପନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଘରେ ଶଙ୍ଖ ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏଥିପାଇଁ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ବିଧି-ବିଧାନ ସହିତ ପୂଜା ଘରେ ସ୍ଥାପନ କରନ୍ତୁ । ଏହା ସହିତ, ଦେବୀ ଲକ୍ଷ୍ମୀଙ୍କୁ ଏବଂ ଶଙ୍ଖକୁ ପ୍ରତିଦିନ ପୂଜା କରନ୍ତୁ । ଏହା ଦ୍ୱାରା ଘରେ ଅନ୍ନ ଏବଂ ଧନର କୌଣସି ଅଭାବ ରହିନଥାଏ ।

ସକରାତ୍ମକତା ପାଇଁ:

ଶଙ୍ଖର ଶବ୍ଦ ନକାରାତ୍ମକ ଶକ୍ତିକୁ ସକରାତ୍ମକ ରୂପରେ ପରିଣତ କରିଥାଏ । ଏହା ସହିତ ଜୀବନର ସମସ୍ତ ଅସୁବିଧା ଏବଂ ଦୁଃଖ ଦୁର ହୋଇଥାଏ । ତେଣୁ ଦୈନନ୍ଦିନ ପୂଜା ପରେ ଶଙ୍ଖ ବଜାନ୍ତୁ ।

ଦାମ୍ପତ୍ୟ ଜୀବନରେ ମଧୁରତା ପାଇଁ:

କାଚ ପାତ୍ରରେ ଏକ ଛୋଟ ଶଙ୍ଖ ରଖି ବେଡ୍ ପାଖରେ ରଖନ୍ତୁ । ଏହାଦ୍ୱାରା କୋଠରୀରେ ଉପସ୍ଥିତ ଥିବା ନକାରାତ୍ମକତା ଦୂର ହେବ । ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୁର ହୋଇ, ଜୀବନରେ ମଧୁରତା ଏବଂ ପ୍ରେମ ବୃଦ୍ଧି ପାଇବ ।

Shankh-ke-chamatkaarik-laabh

ବ୍ୟବସାୟରେ ଥିବା ସମସ୍ୟା ଦୁର କରିବା ପାଇଁ:

କର୍ମକ୍ଷେତ୍ରରେ ଭଗବାନ ଶ୍ରୀହରିଙ୍କ ଫଟୋ କିମ୍ବା ପ୍ରତିମା ତଳେ ଶଙ୍ଖ ସ୍ଥାପନା କରନ୍ତୁ । ଦୈନନ୍ଦିନ ପୂଜା ପରେ, ଶଙ୍ଖରେ ଗଙ୍ଗାଜଳ ଭରି ଏହାକୁ ସମସ୍ତ କାର୍ଯ୍ୟକ୍ଷେତ୍ରରେ ଛିଞ୍ଚନ୍ତୁ । ଏହା ବ୍ୟବସାୟରେ ଥିବା ସମସ୍ୟାରୁ ମୁକ୍ତି ଦେବ ।

ରୋଗରୁ ମୁକ୍ତି ପାଇବା ପାଇଁ:

ପ୍ରତିଦିନ ତୁଳସୀ ସହିତ ଶଙ୍ଖକୁ ପୂଜା କରନ୍ତୁ । ଏହା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ । ଏଥି ସହିତ ରୋଗ, ଦୁଃଖ ଇତ୍ୟାଦିରୁ ସୁରକ୍ଷା ମିଳିବ। ବାସ୍ତବରେ, ଶଙ୍ଖ ଫୁଙ୍କିବା ଦ୍ୱାରା ଶାରୀରିକ ତଥା ଧାର୍ମିକ ଲାଭ ହୋଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ