ଅପରାଧ ରାଜ୍ୟ

ଶଗଡ଼ ଗାଡ଼ିକୁ ଧକ୍କା ଦେଲା ମାଲବାହୀ ଟ୍ରକ୍, ୪ ଆହତ

ଦେବଗଡ଼ ୧୨।୦୫ : ଶଗଡ଼ ଗାଡ଼ିକୁ ଧକ୍କା ଦେଲା ମାଲବାହୀ ଟ୍ରକ୍। ଚକା ତଳେ ଚାପି ହୋଇ ଦୁଇଟି ବଳଦଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଟି ବଳଦ ଗୁରୁତର ହୋଇଛନ୍ତି। ଏଥିସହିତ ଶଗଡ଼ ଗାଡି ନେଇ ଯାଉଥିବା ଚାରିଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଅସନପାଳ ଗାଁ ନିକଟରେ ଦୁର୍ଘଟଣା ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଅସନପାଳ ଗାଁ ରାଞ୍ଚି-ବିଜୟୱାଡା ରାସ୍ତାରେ ଦୁର୍ଘଟଣା ଘଟିଛି । ଦୁଇ ଦମ୍ପତି ଶଗଡ଼ ଗାଡିରେ ଜଳେଣୀ କାଠ ସଂଗ୍ରହ କରିବାକୁ ଯାଉଥିବା ବେଳେ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ବଳଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଟି ବଳଦ ଗୁରୁତର ହୋଇଛନ୍ତି । ଏହାସହିତ ୪ ଜଣ ଆହତ ହୋଇଛନ୍ତି । ଆହତ ହୋଇଥିବା ଦମ୍ପତି ନିକଟସ୍ଥ ରଞ୍ଜଣା ଗାଁର ନାରାୟଣ ଦେହୁରୀ ଓ ତାଙ୍କ ସ୍ତ୍ରୀ କୁଡାଣୀ ଦେହୁରୀ ଏବଂ ଖଗେଶ୍ବର ସାହୁ ଓ ତାଙ୍କ ସ୍ତ୍ରୀ ରୁନୁ ସାହୁ ବୋଲି ଜଣାପଡିଛି। ଆହତ ନାରାୟଣ ଓ ତାଙ୍କ ସ୍ତ୍ରୀଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ଖଗେଶ୍ବର ଓ ତାଙ୍କ ସ୍ତ୍ରୀଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ଫଳରେ ରାଞ୍ଚି-ବିଜୟୱାଡା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।