ଖେଳ ଦେଶ ବିଦେଶ

ଶକ୍ତିଶାଳୀ ହେଲା ଦିଲ୍ଲୀ କ୍ୟାପିଟାଲ୍ସ, ଦଳରେ ସାମିଲ ହେଲେ ଏନରିକ୍

ନୂଆଦିଲ୍ଲୀ, ୨୦/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ତେବେ ଏହାପୂର୍ବରୁ ଋଷଭ ପନ୍ତଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ଆଶ୍ୱସ୍ତିକର ଖବର ମିଳିଛି । ଦଳର ଦ୍ରୁତ ବୋଲର ଏନରିକ୍ ନୋର୍ଟଜେ ମୁମ୍ବାଇରେ ପହଁଚିଛନ୍ତି । ଗତ କିଛି ଦିନ ଧରି ନୋର୍ଟଜେ ଆଇପିଏଲ ଖେଳିବେ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା ।

୨୦୨୧ ଟି୨୦ ବିଶ୍ୱକପ ପରେ ଏନରିକ୍ କ୍ରିକେଟରୁ ଦୂରରେ ଥିଲେ । ଲଗାତର ଆହତ ସମସ୍ୟା ଦେଇ ସେ ଗତି କରୁଥିଲେ । ଏବେ ସେ ଦଳକୁ ଫେରିବା ପରେ ଦିଲ୍ଲୀକୁ ବଡ ଆଶ୍ୱସ୍ତି ମିଳିଛି । କାରଣ ଦଳ ମାର୍ଚ୍ଚ ୨୭ରେ ମୁମ୍ବାଇ ବିପକ୍ଷରେ ପ୍ରଥମ ଲିଗ୍ ମୁକାବିଲା ଖେଳିବ ।

ଏନରିକ୍ ଦଳରେ ସାମିଲ ହେଲା ପରେ ଦିଲ୍ଲୀ ଖୁସି ଥିଲେ ମଧ୍ୟ ଦଳ ଡେଭିଡ୍ ଓ୍ୱାର୍ଣ୍ଣର ଓ ମିସେଲ ମାର୍ସଙ୍କ ଉପରେ ନଜର ରଖିଛି । ଏହି ଦୁଇ ଖେଳାଳି ପାକିସ୍ତାନ ଗସ୍ତରେ ଅଛନ୍ତି । ସେଠାରେ ସିରିଜ୍ ଖେଳିବା ପରେ ହିଁ ଉଭୟ ଆଇପିଏଲରେ ସାମିଲ ହେବେ । ତେଣୁ ପ୍ରାରମ୍ଭିକ ମ୍ୟାଚରେ ଦିଲ୍ଲୀ ପୃଥ୍ୱୀ ଶଙ୍କ ସହ କାହାକୁ ଓପନିଂ ପାଇଁ ଓହ୍ଲାଇବ ସେନେଇ ଚିନ୍ତାରେ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ