ରାଜ୍ୟ

ଲୋୟର ସୁକତେଲ ବିସ୍ଥାପିତଙ୍କ କରୁଣ କାହାଣୀ: ବୃଦ୍ଧଙ୍କଠାରୁ କାଟିନେଲେ କ୍ଷତିପୂରଣ ରାଶି

ବଲାଙ୍ଗୀର : ଜନହିତ ପାଇଁ ଯେତେବେଳେ ଏକ ବଡ଼ ପ୍ରକଳ୍ପ  ନିର୍ମାଣ ହୁଏ ସେତେବେଳେ ବହୁ ଲୋକଙ୍କୁ ଅନେକ ତ୍ୟାଗ କରିବାକୁ ପଡ଼େ। ବଲାଙ୍ଗୀର ନିକଟ ମାଗୁରବେଡ଼ା ଗାଁରେ ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଅନେକ ଲୋକ ତାଙ୍କର ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ। ଜିଲ୍ଲାର ଆର୍ଥିକ ବିକାଶରେ ଏହି ପ୍ରକଳ୍ପ ଏକ ମାଇଲଖୁଣ୍ଟ ହେବ ଓ ଏହା ବଲାଙ୍ଗୀର ଜିଲ୍ଲାର ଜୀବନରେଖା ହେବ ବୋଲି ବିସ୍ଥାପିତମାନେ ସବୁ କିଛି ହରାଇ ମଧ୍ୟ ଏହି ପ୍ରକଳ୍ପକୁ ସ୍ୱାଗତ କଲେ। ବୁଡ଼ି ଅଞ୍ଚଳରେ ଜମି ଘର ହରାଇଥିବା ଲୋକଙ୍କୁ ସରକାର ନିୟମ ଅନୁଯାୟୀ କ୍ଷତିପୂରଣ ମଧ୍ୟ ପ୍ରଦାନ କଲେ। ତେବେ ଏହି କ୍ଷତିପୂରଣ ପ୍ରଦାନ ଭିତରେ କିଛି ସରକାରୀ ଅଧିକାରୀ କିଭଳି ବିସ୍ଥାପିତମାନଙ୍କୁ ହଇରାଣ ହରକତ କରିଛନ୍ତି ତାହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛନ୍ତି ଚୂଡ଼ାପାଲି ଗାଁର ୯୦ ବର୍ଷୀୟ ବୃଦ୍ଧ ଚକ୍ରଧର ଯୋଶୀ।

କ୍ଷତିପୂରଣ ଅର୍ଥ ଦିଆଯିବା ପରେ ତାଙ୍କଠାରୁ ପୁଣି କାଟି ନିଆଯାଇଛି। ଏହି ବୟସରେ ଆଖିକୁ ଭଲ ଦେଖା ଯାଉନଥିବା ବେଳେ କାନକୁ ମଧ୍ୟ ଠିକ୍‌ରେ ଶୁଣାଯାଉନି। ତଥାପି ଦୁଇଟି ଆଶାବାଡ଼ି ସାହାଯ୍ୟରେ ଚକ୍ରଧର ତାଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ତାଙ୍କ ଅଭିଯୋଗ  ଅନୁଯାୟୀ, ପ୍ରକଳ୍ପ ଅଧୀନରେ ଯାଉଥିବା ତାଙ୍କ ଜମିର ଉପଯୁକ୍ତ କ୍ଷତିପୂରଣ ଦିଆଯାଇ ପରେ ବିନା ଅନୁମୋଦନରେ ଏହା ପ୍ରଦନ କରାଯାଇଥିବା ଦର୍ଶାଇ ଫେରାଇ ଦେବାକୁ କୁହାଯାଇଥିଲା ଓ ପରବର୍ତ୍ତୀ ସମୟରେ ମିଳିବାକୁଥିବା ବକେୟା କ୍ଷତିପୂରଣ ଅର୍ଥରୁ ତାକୁ କାଟି ରଖି ଦିଆଯାଇଥିବା ପରି ସେ ସଂଗିନ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ୨୦୦୨ ମସିହାରେ ସୂର୍ଯ୍ୟନାରାୟଣ ଦାଶ ଏଠାରେ ତହସିଲଦାର ଥିବା ବେଳେ ଚକ୍ରଧର ତାଙ୍କ ଚୂଡ଼ାପାଲି ମୌଜା ଖାତା ନମ୍ବର ୫୦ର ପ୍ଲଟ୍‌ ନମ୍ବର ୧୦୨୮ ଓ ୧୬୭୦ର ୧ ଏକର ୫ ଡିସିମିଲ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଦାରଙ୍କଠାରେ ୨୦୦୨ ମସିହାରେ ଆବେଦନ କରିଥିଲେ। ସେ ତାଙ୍କ ଗ୍ରାମର ପ୍ରଥମ ବ୍ୟକ୍ତି ଯେ ସର୍ବପ୍ରଥମେ ଏହି ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ତହସିଲଦାର ବିଚାର ନକରି ପକାଇ ରଖିଥିଲେ। ଏହା ପରେ ଅନ୍ୟମାନଙ୍କ ଆବେଦନକୁ ଗ୍ରହଣ କରି କିସମ ପରିବର୍ତ୍ତନ କରିଥିଲେ ମଧ୍ୟ ଚକ୍ରଧରଙ୍କ ଆବେଦନର ବିଚାର ହୋଇନଥିଲା। ୨୦୦୩ ମସିହାରେ ବିସ୍ଥାପନ ପାଇଁ ନୋଟିସ ଜାରି ହେଲା। ତାପରେ ତହସିଲଦାର ତାଙ୍କୁ ଜମିର ଆଉ କିସମ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇ ତାଙ୍କୁ ହାଇକୋର୍ଟ ଯିବାକୁ କହିଥିଲେ। ଏହାପରେ ଚକ୍ରଧର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଓ ହାଇକୋର୍ଟର ନିର୍ଦ୍ଦେଶ ପରେ ତାଙ୍କୁ ପଟ୍ଟା ଦିଆଯାଇଥିଲା। ପଟ୍ଟା ପାଇବା ପରେ ୨୦୦୫ରେ ତାଙ୍କୁ ତାଙ୍କ ଜମି ବେର୍ଣ୍ଣା ମାମୁଲି ଅନୁଯାୟୀ ଦିଆଯାଇଥିବା ୧ ଲକ୍ଷ ୨ ହଜାର ୧୯୬ ତାଙ୍କ କାଟି ବାକି ୭ ଲକ୍ଷ ୧୬ ହଜାର ୨୨୬ ଟଙ୍କା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପ୍ରଦାନ କରିଥିଲେ। ୨୦୨୩ରେ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ ମଞ୍ଜୁର ନକରି ଦିଆଯାଇଛି ବୋଲି କହି ତାକୁ ଫେରସ୍ତ ଦେବାକୁ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଚିଠି କରିଥିଲେ ଓ ଚକ୍ରଧର ଆହୁରି ପାଇବାକୁ ଥିବା ୮ ଲକ୍ଷ ଟଙ୍କାରୁ ପୂର୍ବରୁ ଦିଆଯାଇଥିବା କ୍ଷତିପୂରଣ ଅର୍ଥକୁ କାଟି ନିଆଯାଇଥିଲା। ଏହା ବିରୋଧରେ ଚକ୍ରଧର ପୁଣି କୋର୍ଟରେ ଆଶ୍ରୟ ନେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।