ଲାଇଫ୍ ଷ୍ଟାଇଲ

ଲେମ୍ବୁ ଶରୀର ପାଇଁ ଉପକାରୀ ହୋଇଥାଏ, ହେଲେ ମାତ୍ରାଧିକ ଲେମ୍ବୁ ଖାଇଲେ ଉପୁଜିପାରେ ଏହି ସବୁ ସମସ୍ୟା

ଅନେକ ଲୋକ ପ୍ରତିଦିନ ନିଜର ଓଜନ କମ୍ କରିବା ପାଇଁ ସକାଳେ ଲେମ୍ବୁ ମିଶ୍ରିତ ଗରମ ପାଣି ପିଅନ୍ତି। ଯେଉଁମାନେ ଏଥିରେ ଅଭ୍ୟସ୍ତ ସେମାନଙ୍କ ପାଇଁ ଏହି ଖାସ୍ ଖବର। ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ କମିବ, ତେବେ ଆପଣ ଭୁଲ୍ ମନେ କରୁଛନ୍ତି। ଜାଣନ୍ତୁ, ଲେମ୍ବୁ ମିଶ୍ରତ ଗରମ ଜଳ ପିଇଲେ ଶରୀରର କି କି କ୍ଷତି ସବୁ ହୋଇଥାଏ।
ଅଧିକ ମାତ୍ରାରେ ଲେମ୍ବୁ ସେବନ ଫଳରେ ଶରୀରରେ ଭିଟାମିନ୍ ସି ପରିମାଣ ଶରୀରରେ ଆବଶ୍ୟକତାଠାରୁ ବେଶି ହୋଇଯାଏ। ଏହା ଯୋଗୁଁ ଶରୀରରେ ଏସିଡିଟିର ସମସ୍ୟା ଉପୁଜିପାରେ। ଏଣୁ ମନେ ରଖନ୍ତୁ ଯଦି ଲେମ୍ବୁ ପାଣି ପିଉଛନ୍ତି, ତେବେ ଦିନକୁ ଦୁଇ କପ୍ରୁ ଅଧିକ ପିଅନ୍ତୁ ନାହିଁ।
ଲେମ୍ବୁରେ ସିଟ୍ରସ୍ ଏସିଡ୍ ଥାଏ, ଯାହା ଆମର ଦାନ୍ତର କୋଟିଂର କ୍ଷତି କରିଥାଏ। ଯେତେବେଳେ ଲେମ୍ବୁ ପାଣି ପିଉଛନ୍ତି, ସେତେବେଳେ ଷ୍ଟ୍ର ଲଗାଇ ପିଅନ୍ତୁ।
ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଇଲେ ଶରୀରେ ଥିବା ଜରୁରୀ ପୋଷକ ତତ୍ତ୍ୱ ଶୁଷ୍କ ହୋଇଯାଏ ଓ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଯାଏ। ଖାଲି ସେତିକି ନୁହେଁ ଏହା ଫଳରେ ଷ୍ଟୋନ୍ ହେବାର ମଧ୍ୟ ଆଶଙ୍କା ରହିଛି।
ଅନେକ ସମୟରେ ତୈଳାକ୍ତ ଖାଦ୍ୟ ଖାଇବା ପରେ ତାକୁ ହଜମ କରିବା ଉଦ୍ଦେଶ୍ୟରେ ଆମେ ଲେମ୍ବୁ ପାଣି ପିଇଥାନ୍ତି। ମାତ୍ର ଆମେ ଭୁଲି ଯାଉ ଯେ, ଏହାଫଳରେ ପେଟରେ ଅମ୍ଳର ମାତ୍ରା ବଢ଼ିଯାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ