ଦୈନିକ କାଗିଜି ଲେମ୍ବୁ ଖାଇବାର ଅଭ୍ୟାସ ଅଛି ତ? ଯଦି ନାହିଁ ତାହାଲେ ଆଜିଠାରୁ ହିଁ ଅଭ୍ୟାସ ଆରମ୍ଭ କରିଦିଅନ୍ତୁ। ଏଥିରେ ଏପରି ସବୁ ଗୁଣ ରହିଛି ଯାହାକି ଅନେକ ସମସ୍ୟାକୁ ଚୁଟ୍କିରେ ସମାଧାନ କରିଥାଏ। ଲେମ୍ବୁକୁ ଆପଣ ଖାଇବା ରୁ ନେଇ , ସରବତ କରି ପିଅନ୍ତୁ କିମ୍ବା ଲେମ୍ବୁ ଚା କରି ପିଅନ୍ତୁ ଏଥିରୁ ଆପଣଙ୍କୁ ଅନେକ ସୁଫଳ ମିଳିବ। ଏବେର ସମୟ ପାଇଁ ଲେମ୍ବୁ ଖାଇବା ନିହାତି ଜରୁରି। କାରଣ ଏଥିରେ ମହାମାରୀ କରୋନା ସହ ଲଢ଼ିବାର ଶକ୍ତି ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଫୁଡ୍ ଆଣ୍ଡ୍ ନ୍ୟୁଟ୍ରେସନ୍ ବୋର୍ଡ ଦେଇଥିବା ରିପୋର୍ଟ ମୁତାବକ ଲେମ୍ବୁରେ ପ୍ରଚୁର ପରିମାଣର ଭିଟାମିନ୍ ସ ରହିଛି। ଲେମ୍ବୁ ଖାଇବା ଦ୍ବାରା ଦୃଦ୍ରୋଗ, ଷ୍ଟ୍ରୋକ୍ ଓ ନିମ୍ନ ରକ୍ତଚାପର ଖୁବ୍ କମ୍ ସମ୍ଭାବନା ରହିିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଓଜନ ହ୍ରାସ ପାଇଁ ଲେମ୍ବୁ ରସ ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣ ଗରମ ପାଣିରେ ଲେମ୍ବୁ ମିଶାଇ ନିଇତି ପିଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି ଖସିଯିବା ସହ ଓଜନ ହ୍ରାସ ଘଟିବ। ଲେମ୍ବୁ ଶରୀରରୁ ବ୍ୟାକ୍ଟେରିଆକୁ ମାରି ଦେଇଥାଏ। ନିୟମିିତ ଲେମ୍ବୁ ଖାଇଲେ ତ୍ବଚା ଓ କେଶ ଆଦି ଭଲ ରହିଥାଏ। ଲେମ୍ବୁ ଖାଇଲେ ତ୍ବଚା ଚିକ୍କଣ ହୋଇଥାଏ। ଲେମ୍ବୁ ଆପଣଙ୍କ ହଜମ ପ୍ରକ୍ରିୟାକୁ ଠିକ୍ ଭାବେ ଚାଲିବାରେ ସହାଯ୍ୟ କରିବ। ଲେମ୍ବୁ ଖାଇଲେ କିମ୍ବା ପିଇଲେ ହଜମ ଭଲ ହେବ। ଲେମ୍ବୁ ଖାଇଲେ କର୍କଟ ରୋଗ ହେବାର ସମ୍ଭାବନା ଖୁବ୍ କମ୍ ଥାଏ। ନିୟମିତ ଲେମ୍ବୁ ଖାଉଥିବା ଲୋକକୁ ସହଜରେ କର୍କଟ ହୁଏ ନାହିଁ।