ମନୋରଞ୍ଜନ

ଲୁଚି-ଛପି ବାହା ହେଲେ ଗୀତା କପୁର ! ସିନ୍ଦୂର ସହ ଲାଲ ସୁଟରେ ନଜର ଆସିଲେ କୋରିଓଗ୍ରାଫର୍…

ନୂଆଦିଲ୍ଲୀ ୧୭/୦୫: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଗୀତା ମା ଅର୍ଥାତ୍ ଗୀତା କପୁର ବର୍ତ୍ତମାନ ଚର୍ଚ୍ଚାରେ। ଗୀତା ବି-ଟାଉନର ସେହି ସୁନ୍ଦରୀମାନଙ୍କ ମଧ୍ୟରେ ଗଣା, ଯେଉଁମାନେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ଏହି ସମୟରେ, ଗୀତାଙ୍କର ଏପରି କିଛି ଫଟୋ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଗୁଡିକରେ ଗୀତା ମଥାରେ ସିନ୍ଦୂର ଲଗାଇଥିବା ଦେଖାଯାଇଛି । ଯେଉଁଥିରୁ ଗୀତା ବିବାହ କରିଥିବା ଚର୍ଚ୍ଚା ହେଉଛି ।

ଗୀତା ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଲାଲ୍ ସୁଟ୍ ରେ ନଜର ଆସିଛନ୍ତି । ସେ ଲାଲ୍ ବିନ୍ଦି, ମଥାରେ ସିନ୍ଦୂର ଏବଂ ଲାଲ୍ ଲିପଷ୍ଟିକରେ ନିଜର ଲୁକ୍ କମ୍ପ୍ଲିଟ୍ କରିଛନ୍ତି । ବେକରେ ମ୍ୟାଚିଙ୍ଗ୍ ନେକଲେସ୍ ଏବଂ କାନଫୁଲ ତାଙ୍କ ଲୁକକୁ ଆହୁରି ସୁନ୍ଦର କରିଛି ।

ଗୀତାଙ୍କର ଏହି ଲୁକ୍ ଦେଖି ଲୋକମାନେ କହୁଛନ୍ତି ଯେ କୋରିଓଗ୍ରାଫର୍ ଗୁପ୍ତ ବିବାହ କରିଛନ୍ତି । ଗୀତାଙ୍କ ଫଟୋରେ ଲୋକମାନେ କମେଣ୍ଟ କରି ପଚାରୁଛନ୍ତି , ତାଙ୍କ ମଥାରେ ସିନ୍ଦୂର ସେ କାହା ନାମରେ ଲଗାଇଛନ୍ତି । ବର୍ତ୍ତମାନ ଗୀତା ବିବାହିତ କି ନୁହେଁ, ସେ ନିଜେ ଏହା ଉପରି ପରଦା ଉଠାଇ ପାରିବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ