ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୁଚାଛପାରେ ପୁରସ୍କାର ପ୍ରଦାନ କାହିଁକି? ଅଲୋଡ଼ା ପରମ୍ପରା ସୃଷ୍ଟି କରିଛି ସଂସ୍କୃତି ବିଭାଗ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର,(ଚୌଧୁରୀ ଅମିତାଭ ଦାସ): ଏ ମାଟିର କୃତୀ ସନ୍ତାନଙ୍କୁ ସରକାର ସମ୍ମାନିତ କରିବେ। କିନ୍ତୁ କେହି ସେମାନଙ୍କ ନାଁ ଆଗୁଆ ‌ଜାଣିବେନି। ସେମାନଙ୍କୁ ନେଇ ଚର୍ଚ୍ଚା ହେବନି। ଗଣମାଧ୍ୟମରେ ସେମାନଙ୍କ ଫଟୋ ଓ ସାକ୍ଷାତକାର ପ୍ରକାଶ ପାଇବନି। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ଆଗୁଆ ପ୍ରଚାର, ପ୍ରସାର ବି ହେବନି। ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିମାନଙ୍କୁ ଲୁଚାଛପାରେ ଅଣାଯିବ। ସିଧା ମଞ୍ଚକୁ ଡକାଯାଇ ପୁରସ୍କାର ଦିଆଯିବ, ଯେମିତି ସେମାନେ ଦୟାର ପାତ୍ର। ଏମିତି ଏକ ଅଭାବନୀୟ ତଥା ଅତ୍ୟନ୍ତ ଅରୁଚିକର ଢଙ୍ଗରେ ପୂଜ୍ୟପୂଜା ପରମ୍ପରା ଆରମ୍ଭ କରିଛି ରାଜ୍ୟ ସଂସ୍କୃତି ବିଭାଗ। ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଏମିତି ବିକୃତ ମାନସିକତା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି। ପୁରସ୍କୃତ ହେଉଥିବା ବ୍ୟକ୍ତିମାନେ ଏମିତି ଲୁଚାଛପା ପୁରସ୍କାର ପ୍ରଦାନକୁ ନେଇ ଖୁସି ହେବେ କି ମନ ଉଣା କରିବେ, ତାହା ଜାଣିପାରୁ ନାହାନ୍ତି।

ସଂସ୍କୃତି ବିଭାଗର ବିଭିନ୍ନ ଏକାଡେମି ପକ୍ଷରୁ ପୂଜ୍ୟପୂଜାର ଏମିତି ଧାରା କିଛି ମାସ ତଳୁ ଆରମ୍ଭ ହେଲାଣି। ପ୍ରଥମେ ପ୍ରଥମେ ଦିନକ ଆଗରୁ ନାମ ଘୋଷଣା କରାଯାଉଥିଲା। ତା’ ପରଦିନ ସମ୍ବର୍ଦ୍ଧନା ଦିଆଯାଉଥିଲା। ତରବରିଆ ଭାବେ ଏପରି କରାଯାଉଥିଲା। କେହି ଏହାକୁ ସମାଲୋଚନା ନକରିବାରୁ ଅଧିକାରୀମାନେ ଆଉ ପାଦେ ଆଗେଇ ଗଲେ।

ଆଉ ଆଗୁଆ ନାମ ଆଦୌ ଘୋଷଣା କରିବାକୁ ଆବଶ୍ୟକ ମନେ କଲେନି। ସିଧାସଳଖ ମଞ୍ଚରେ ପୁରସ୍କାର ଘୋଷଣା ଓ ପ୍ରଦାନ କରିବାର ପରମ୍ପରା ଆରମ୍ଭ କରିଦେଲେ।

AffairsCloud.com

ଏମିତି ଅଲୋଡ଼ା ପରମ୍ପରାର ପ୍ରଥମ ଦୃଶ୍ୟ ଦେଖିବାକୁ ମିଳିଥିଲା ଗତ ବର୍ଷ ଡିସେମ୍ବର ମାସରେ ସଙ୍ଗୀତ ନାଟକ ଏକାଡେମିର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରୁ। ଏକାଡେମିର ପୁରସ୍କାର ଘୋଷଣା ପାଇଁ ଦୁଇ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ତାହାକୁ ବାତିଲ କରାଗଲା। ପୁରସ୍କାର ପ୍ରଦାନ ଦିନ ସକାଳେ ବି କୌଣସି ସୂଚନା ଗଣମାଧ୍ୟମକୁ ଦିଆଗଲା ନାହିଁ। ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିମାନଙ୍କୁ ବେଶ୍ ସନ୍ତର୍ପଣର ସହ ସଂସ୍କୃତି ଭବନ ଡକାଗଲା। ସେମାନଙ୍କୁ ବିଭାଗ ପକ୍ଷରୁ ଫୋନ୍ କରି କୁହାଗଲା ଯେ ପୁରସ୍କାର ସମ୍ପର୍କରେ କେଉଁଠି କିଛି ନ କହିବା ପାଇଁ। ବିଶେଷ କରି ଗଣମାଧ୍ୟମକୁ ଆଦୌ ନୁହେଁ। ସେଠାରୁ ସମସ୍ତଙ୍କୁ ଏକାଠି କରି ରବୀନ୍ଦ୍ର ମଣ୍ଡପ ନିଆଗଲା। ମଞ୍ଚରେ ହିଁ ସିଧାସଳଖ ସେମାନଙ୍କ ନାମ ଡକାଗଲା ଓ ପୁରସ୍କାର ବଢ଼ାଇ ଦିଆଗଲା।

ସଙ୍ଗୀତ ନାଟକ ଏକାଡେମିର ଏପରି କାର୍ଯ୍ୟକ୍ରମ ଆୟୋଜନର ଶୈଳୀକୁ କେହି କଡ଼ା ସମାଲୋଚନା କରି ନଥିଲେ। ଫଳରେ ସଂସ୍କୃତି ବିଭାଗ ଅବାଟରେ ଯିବା ପାଇଁ ମୁହଁ ପାଇଗଲା। ସମାନ ତରିକାରେ ଆୟୋଜନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ। ବିଭାଗର ଭୁଲ୍‌ ଯୋଗୁ ୩୧ତମ ରାଜ୍ୟ
ଚଳଚ୍ଚିତ୍ର ପୁରସ୍କାର ମନୋନୟନ ତାଲିକା ବିବାଦ ଘେରକୁ ଗଲା ଓ ହାଇକୋର୍ଟରେ ରଦ୍ଦ ହେଲା। ହାଇକୋର୍ଟ ସାନି ତାଲିକା ପ୍ରସ୍ତୁତ କରିବାକୁ କହିଲେ। ନିର୍ଦ୍ଦେଶ ମାନି ଜୁରି କମିଟି ବସାଇ ବିଭାଗ ନୂଆ ତାଲିକା କଲା। କିନ୍ତୁ ନାମ ଘୋଷଣା କରାଗଲା ନାହିଁ। ଚଳଚ୍ଚିତ୍ର ପୁରସ୍କାର ଉତ୍ସବ କେବେ ହେବ ଓ କାହାକୁ ପୁରସ୍କାର ମିଳିବ, ତାହାକୁ ଗୋପନ ରଖାଗଲା। ସିଧାସଳଖ ମଞ୍ଚରେ ନାମ ଘୋଷଣା କରି ପୁରସ୍କାର ଧରାଇ ଦିଆଗଲା।

ବିଭିନ୍ନ କ୍ଷେତ୍ରରେ ସୃଜନଶୀଳ ମଣିଷଙ୍କୁ ସେମାନଙ୍କ ସାଧନା ଓ ସଫଳତା ପାଇଁ ବିଭାଗ କିମ୍ବା ତାହା ଅଧୀନସ୍ଥ ଏକାଡେମିଗୁଡ଼ିକ ପୁରସ୍କାର ପ୍ରଦାନ କରୁଛନ୍ତି। ଏହି ସରକାରୀ ପୁରସ୍କାରକୁ ମର୍ଯ୍ୟାଦାଜନକ ବୋଲି ଧରି ନିଆଯାଏ। କିନ୍ତୁ ଜଣେ ସଫଳ ମଣିଷକୁ ତାହାର ସାଧନା ପାଇଁ ସମ୍ମାନିତ କରିବା ବେଳେ ଏତେ ଲୁଚାଛପା ଓ ଛକାପଞ୍ଝା କାହିଁକି ତାହା ବୁଝାପଡ଼ୁନି। କାଳେ କିଏ ‌କୋର୍ଟରେ ମାମଲା କରିବ, ସେଥି ପାଇଁ ଏମିତି ବାଟ ବିଭାଗ ଆପଣାଉଛି ବୋଲି ଗୋଟିଏ ମହଲରେ ଯୁକ୍ତି କରାଯାଉଛି। ଅବଶ୍ୟ ବିଭାଗର ମନ୍ତ୍ରୀ କିମ୍ବା ଅଧିକାରୀ ସିଧାସଳଖ ଏମିତି ମତ କେବେ ରଖିନାହାନ୍ତି। କିନ୍ତୁ ଏହି ଦୁଇଟି କାର୍ଯ୍ୟକ୍ରମରେ ସୃଜନଶୀଳ ବ୍ୟକ୍ତିମାନଙ୍କୁ ଏପରି ଢଙ୍ଗରେ ପୁରସ୍କାର ପ୍ରଦାନ କରାଯାଉଥିଲା ଯେ ଲାଗୁଥିଲା ଯେମିତି ସେମାନେ ନିଜ ନିଜ କ୍ଷେତ୍ରରେ ସଫଳ ହୋଇ ବୋଧେ ଭୁଲ୍‌ କରିଦେଇଛନ୍ତି। ନିଜ ମାଟିର ସଫଳ ସନ୍ତାନଙ୍କୁ ପୁରସ୍କୃତ କଲା ବେଳେ ଏପରି ହୀନମନ୍ୟତାକୁ ସ‌ଚେତନ ନାଗରିକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସଂସ୍କୃତି ବିଭାଗରେ ଦୁଇ ଚାରି ଜଣ ବ୍ୟକ୍ତି ହୁଏତ ଏପରି ଉଦ୍ଭଟ ନିଷ୍ପତ୍ତି ‌ନେଇ ତାହାକୁ କାର୍ଯ୍ୟକାରୀ କରିଦେଉଛନ୍ତି। କିନ୍ତୁ ଏହା ଦ୍ବାରା ଓଡ଼ିଆ ଜାତିର ଜାତୀୟ ଚରିତ୍ର ଯେ ନିମ୍ନମୁଖୀ ହେଉଛି, ତାହାକୁ କ୍ଷମତାରେ ଥିବା ବ୍ୟକ୍ତିମାନେ ବୁଝିପାରୁ ନାହାନ୍ତି।

କିଛି ସଚେତନ ନାଗରିକ ମତ ଦେଇଛନ୍ତି ଯେ ଓଡ଼ିଶାରେ ପୂଜ୍ୟପୂଜାର ପରମ୍ପରା କମ୍ ବୋଲି ସବୁବେଳେ ଅଭିଯୋଗ ହୋଇଆସୁଥିଲା। ଏବେ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏ ଦିଗରେ କାର୍ଯ୍ୟ କରି ଏହି ଅଭିଯୋଗକୁ ଭୁଲ୍‌ ପ୍ରମାଣିତ କରିବାକୁ ଲାଗିଛନ୍ତି। ପୂଜ୍ୟପୂଜାର ଧାରା ଆଗକୁ ଯାଉଛି। କିନ୍ତୁ ଏହି ସମୟରେ ଖୋଦ୍ ସରକାରୀ ସ୍ତରରେ ଆରମ୍ଭ କରାଯାଇଥିବା ପୂଜ୍ୟପୂଜାର କୁତ୍ସିତ ଧାରା କେବଳ ପୁରସ୍କୃତ ପ୍ରତିଭାଙ୍କ ପାଇଁ ନୁହେଁ, ଓଡ଼ିଆଙ୍କ ପାଇଁ ଲଜ୍ଜାର ବିଷୟ। ଅନ୍ୟ ରାଜ୍ୟରେ ହେଉ କିମ୍ବା ଜାତୀୟ ସ୍ତରରେ ପୁରସ୍କାର ଘୋଷଣା ହେବାର ବେଶ୍‌ କିଛି ବ୍ୟବଧାନ ପରେ ପୁରସ୍କାର ପ୍ରଦାନ କରାଯାଉଛି। ପ୍ରଶ୍ନ ଉଠୁଛି, ଯଦି ସେଠାରେ ସବୁ ଠିକ୍‌ଠାକ୍ ଚାଲିପାରୁଛି, ତେବେ ଓଡ଼ିଶା‌ରେ ସମସ୍ୟା କେଉଁଠି ରହୁଛି? ସେହି ସମସ୍ୟାକୁ ଠାବ କରି ତାହାର ସମାଧାନ ନ କରି ଏକ ଭୁଲ୍‌ ବ୍ୟବସ୍ଥାକୁ ଆପଣାଇବାକୁ ବିଭାଗ ଏତେ ବ୍ୟଗ୍ର କାହିଁକି? ନିଜ ଭୁଲ୍‌ ପାଇଁ ବିଭାଗୀୟ ଅଧିକାରୀମାନେ ଏପରି ସାଂଘାତିକ ନିଷ୍ପତ୍ତି ନେଉଛନ୍ତି ନା ପୁରସ୍କାର ପ୍ରଦାନକୁ ଏକ ମାମୁଲି କାମ ଭାବି ଦେଇଛନ୍ତି? ଏପରି ଧାରାର ପୂର୍ଣ୍ଣଛେଦ ନ ପଡ଼ିଲେ ଭବିଷ୍ୟତ ପାଇଁ ଏକ ଭୁଲ୍‌ ଉଦାହରଣ ସୃଷ୍ଟି ହେବ ବୋଲି ମତପ୍ରକାଶ ପାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।