ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିଷେକ: ଭେଟିବାକୁ ପହଞ୍ଚିଲେ ବାପା ଓ ଭଉଣୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ହାତରେ ଆଘାତ ଲାଗିବା ହେତୁ ତାଙ୍କୁ ମୁମ୍ବାଇ ଲିଲାବତୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଅଭିଷେକଙ୍କ ହାତରେ ଆଘାତ କେତେ ଓ କିପରି ଲାଗିଛି ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ତେବେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ ଅଭିଷେକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ଭେଟିବାକୁ ବାପା ଅମିତାଭ ବଚ୍ଚନ ଓ ଭଉଣୀ ଶ୍ବେତା ବଚ୍ଚନ ପହଞ୍ଚିଛନ୍ତି।

ଏହାପୂର୍ବରୁ ଅଭିଷେକଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ତାଙ୍କ ହାତର ଦୁଇ ଆଙ୍ଗୁଳିରେ ପଟି ବନ୍ଧା ଯାଇଥିବା ଦେଖିବାକୁ ମିଳୁଥିଲା। ତେବେ କୁହାଯାଉଛି କି ଅଭିଷେକ ଏକ ତାମିଲ ସିନେମାର ହିନ୍ଦୀ ରିମେକ ସିନେମାର ସୁଟିଂ କରୁଥିବା ସମୟରେ ଆହତ ହୋଇଥିଲେ। ନିକଟରେ ଅଭିଷେକଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ସ୍ତ୍ରୀ ଏଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଅରଧ୍ୟାଙ୍କୁ ଛାଡ଼ିବାକୁ ଆସିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ