ଦେଶ ବିଦେଶ ଧର୍ମ ରାଜନୀତି

ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌

ଲକ୍ଷ୍ନୌ ୨୪/୧୧: ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାସ୍‌ କଲା ଉତ୍ତର ପ୍ରଦେଶ କ୍ୟାବିନେଟ୍‌। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅଧ୍ୟାଦେଶ ପାରିତ ହୋଇଥିବା ଜଣାପଡ଼ିଛି। ଅଧ୍ୟାଦେଶ ଅନୁସାରେ ଧୋକା ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌ ଦଣ୍ଡ ମିଳିବ। ଏହା ବ୍ୟତୀତ ଧର୍ମ ପରିବର୍ତ୍ତନ ପାଇଁ ଜିଲ୍ଲାଧିକାରୀଙ୍କୁ ଦୁଇ ମାସ ପୂର୍ବରୁ ସୂଚନା ଦେବାକୁ ପଡ଼ିବ।

କହି ରଖୁଛୁ ଉତ୍ତରପ୍ରଦେଶ ସରକାର କହିଥିଲେ ଲଭ୍‌ ଜିହାଦ ଉପରେ ନୂଆ ନିୟମ ଆଣିବେ। ଯାହାଦ୍ବାରା ଲୋଭ, ଧମକ ଆଦି ଦେଇ ବିବାହ କରିବା ଘଟଣା କମ୍‌ ହୋଇପାରିବ। ସେପଟେ ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ କହିଛନ୍ତି ଅଧ୍ୟାଦେଶ ଅନୁସାରେ ଧର୍ମ ପରିବର୍ତ୍ତନ ପାଇଁ ୧୫ ହଜାର ଟଙ୍କା ଜରିମାନା ସହ ୧-୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାର ନିୟମ ରହିଛି । ଯଦି ଏସ୍‌ସି‌ ଓ ଏସ୍‌ଟି ନାବାଳିକା ବା ମହିଳାମାନଙ୍କ ସହ ଏଭଳି ଘଟଣା ଘଟେ ତେବେ ଦୋଷୀକୁ ୨୫ ହଜାର ଟଙ୍କା ଜରିମାନା ସହ ୩-୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ଏମିତି ଏକ ଅଧ୍ୟାଦେଶର ଆବଶ୍ୟକତା ପଡ଼ିବାର ମୁଖ୍ୟ କାରଣ ହେଉଛି କିଛି ଦିନ ଭିତରେ ଏଭଳି ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଉଥିଲା। ସେଥିମଧ୍ୟରୁ ଧୋକା ଓ ଧମକ ଦେଇ ଧର୍ମ ପରିବର୍ତ୍ତନ କରାଯାଉଥିଲା ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଧର୍ମ ପରିବର୍ତ୍ତନ ପାଇଁ ରାଜି ଥିଲେ ଏନେଇ ଜିଲ୍ଲାପାଳଙ୍କୁ ଦୁଇ ମାସ ଆଗରୁ ଜଣାଇବାକୁ ପଡ଼ିବ। ଏହାର ଉଲ୍ଲଂଘନ କଲେ ୬ ମାସରୁ ୩ ବର୍ଷ ଜେଲ୍‌ ହେବାକୁ ଥିବା ବେଳେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଦୋବକୁ ପଡ଼ିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ