ରାଜ୍ୟ

ଲଢ଼ୁଆ ବିମାନର ଯନ୍ତ୍ରାଂଶ ନିର୍ମାଣ ପାଇଁ ହାଲ୍‌କୁ ମିଳିଲା ବଡ଼ ଅର୍ଡର

ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର କୋରାପୁଟ ବିଭାଗ ସୁନାବେଡ଼ାରେ ଉତ୍ପାଦିତ ସୁଖୋଇ ୩୦ଏମକେଆଇ ବିମାନର ଏଏଲ-୩୧ଏଫପି ଏରୋ ଇଞ୍ଜିନ୍  ଭାରତୀୟ ବାୟୁସେନା(ଆଇଏଏଫ)ର ସୁଖୋଇ ବିମାନରେ ବ୍ୟବହାର କରାଯିବ।

କୋରାପୁଟ: ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର କୋରାପୁଟ ବିଭାଗ ସୁନାବେଡ଼ାରେ ଉତ୍ପାଦିତ ସୁଖୋଇ ୩୦ଏମକେଆଇ ବିମାନର ଏଏଲ-୩୧ଏଫପି ଏରୋ ଇଞ୍ଜିନ୍  ଭାରତୀୟ ବାୟୁସେନା(ଆଇଏଏଫ)ର ସୁଖୋଇ ବିମାନରେ ବ୍ୟବହାର କରାଯିବ। କେନ୍ଦ୍ରସରକାରଙ୍କ ସୁରକ୍ଷା କ୍ୟାବିନେଟ୍ କମିଟି ପକ୍ଷରୁ ଏହି ଏରୋ ଇଞ୍ଜିନ୍‌କୁ ବ୍ୟବହାର କରିବାକୁ ଅନୁମୋଦନ କରାଯାଇଛି। ୨୬ହଜାର କୋଟିରେ ୨୪୦ଟି ସୁଖୋଇ ୩୦ଏମକେଆଇ ଏଏଲ-୩୧ଏଫପି ଇଞ୍ଜିନ୍ ଦେବା ପାଇଁ  ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)କୁ ଅର୍ଡର ଦିଆଯାଇଛି ବୋଲି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ସୂଚନାଯୋଗ୍ୟ, ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର କୋରାପୁଟ ବିଭାଗ ସୁନାବେଡ଼ାରେ ଉତ୍ପାଦିତ ସୁଖୋଇ ୩୦ଏମକେଆଇ ବିମାନର ଏଏଲ-୩୧ଏଫପି ଏରୋ ଇଞ୍ଜିନ୍ ଭାରତୀୟବର୍ଗରେ ଅନେକ ଉଚ୍ଚ ମୂଲ୍ୟଯୁକ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନର ସ୍ୱଦେଶୀକରଣର ସମିଷ୍ଟି ବୋଲି ପ୍ରତିରକ୍ଷା ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି। ଭାରତୀୟ ବାୟୁ ସେନା ପାଖରେ ପୂର୍ବରୁ ୨୬୦ଟି ସୁଖୋଇ ୩୦ଏମକେଆଇ ଯୁଦ୍ଧ ବିମାନ ରହିଛି। ଯାହା ଆଇଏଫର ମେରୁଦଣ୍ଡ ସଦୃଶ୍ୟ। ଦୁଇଟି ଏଏଲ-୩୧ଏଫପି ଏରୋ ଇଂଜିନ ଦ୍ବାରା  ଏହି ବିମାନଟି ଚାଳିତ।

ଏଏଲ-୩୧ଏଫପି ହେଉଛି ମଡ୍ୟୁଲାର ଡିଜାଇନ୍ର ଏକ  ଉଚ୍ଚତାପମାତ୍ରାର ଟର୍ବଜେଟ୍ ବାଇପାସ୍ ଇଂଜିନ। ପ୍ରତିରକ୍ଷାମନ୍ତ୍ରଳାୟ ଅନୁଯାୟୀ, ହାଲର ଏହି ଏରୋଇଂଜିନ୍ ଯୋଗାଣ ଭାରତୀୟ ବିମାନ ସେବାର ଯୁଦ୍ଧ ଉଡାଜାହାଜର ଆବଶ୍ୟକତାକୁ ପୁରଣ କରି ଦେଶର ପ୍ରତିରକ୍ଷାବ୍ୟବସ୍ଥାକୁ ସୁଦୃଢ଼ ଓ ମଜଭୁତ ହେବ। ୧୦୦ଟି ଚଳନ୍ତି ପୁରୁଣା ଇଂଜିନର ଜୀବନ ସରିବା ପରେ ଏହି ନୂଆ ଏଏଲ-୩୧ଏଫପି ଏରୋ ଇଂଜିନ ଦ୍ବାରା ପରିବର୍ତ୍ତନ କରାଯିବା ଯୋଜନା ପ୍ରତିରକ୍ଷା ମନ୍ତ୍ରଳାୟ ରଖିଛି। ଏହି ବିମାନ ଇଂଜିନ୍ ଗୁଡିକରେ ୫୪ପ୍ରତିଶତରୁ ଉର୍ଦ୍ଧ୍ବ ସ୍ବାଦେଶୀ ଞାନକୌଶଳ ଓ ଯନ୍ତ୍ରାଂଶ  ରହିବ। ଏବଂ ହାଲର କୋରାପୁଟ ବିଭାଗର ସୁନାବେଡ଼ାରେ ଏହା ଉତ୍ପାଦିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି।  

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଏରୋ ଇଞ୍ଜିନ୍ ଗୁଡ଼ିକ ହାଲ୍ କୋରାପୁଟ ଡିଭିଜନ୍ ଦ୍ୱାରା ଉତ୍ପାଦନ କରାଯିବ। ସେହିପରି ଅନେକ ଉଚ୍ଚ ମୂଲ୍ୟଯୁକ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନର ସ୍ୱଦେଶୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଯାହାଫଳରେ ଏହି ଇଞ୍ଜିନ୍ର ଭବିଷ୍ୟତ ମରାମତିରେ ସହାୟକ ହୋଇପାରିବ। ନୂଆ ଉତ୍ପାଦନ ହେବାକୁ ଥିବା ଏଏଲ-୩୧ଏଫପି ଏରୋ ଇଞ୍ଜିନ୍ ବିମାନର କାର୍ଯ୍ୟକ୍ଷମ ଜୀବନକୁ ଆଉ ଏକ ଦଶନ୍ଧି ବୃଦ୍ଧି କରିବ।

ପ୍ରକାଶଯୋଗ୍ୟ, ଏଥି ପୂର୍ବରୁ ବି ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ସୁନାବେଡ଼ାକୁ ସ୍ୱଦେଶୀ ଲଢ଼ୁଆ ବିମାନ ମିଗ୍-୨୯କୁ ଶକ୍ତି ଯୋଗାଇବାକୁ ଥିବା  ଆରଡି-୩୩ ଟର୍ବୋଫ୍ୟାନ୍ ଇଞ୍ଜିନ୍ ଉତ୍ପାଦନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଠାରୁ ୫,୨୪୯.୭୨ କୋଟି ଟଙ୍କା (୬୫୦ ମିଲିୟନ୍ ଡଲାର) ମୂଲ୍ୟର ଚୁକ୍ତି ପାଇଥିଲା। ସେହିପରି ଏବେ ୨୬ହଜାର କୋଟିରେ ୨୪୦ଟି  ସୁଖୋଇ ୩୦ଏମକେଆଇ ଏଏଲ-୩୧ଏଫପି ଇଞ୍ଜିନ୍  ଦେବା ପାଇଁ ଅର୍ଡର ପାଇବା ନିଶ୍ଚିତ ରୁପେ ନିଶ୍ଚିତ ରୁପେ ଓଡିଶା ଓ କୋରାପୁଟଜିଲ୍ଲା ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।