ରାଜ୍ୟ ସ୍ପେଶାଲ ରିପୋର୍ଟ

ଲଘୁବନଜାତ ଦ୍ରବ୍ୟ ଓଡ଼ିଶା ଫଳାଉଛି, ଲାଭ ପାଉଛି ଆନ୍ଧ୍ର

ପଟାଙ୍ଗି : କୋରାପୁଟ ଜିଲ୍ଲାର ଆଦିବାସୀ ଲଘୁବନଜାତ ଦ୍ରବ୍ୟର ଫାଇଦା ପାଉନାହାନ୍ତି। ଏଥିରୁ ଲାଭ ଉଠାଉଛନ୍ତି ଆନ୍ଧ୍ର ବ୍ୟବସାୟୀ। ଏମାନେ ଏହି ସବୁ ସାମଗ୍ରୀକୁ ଅତି ଶସ୍ତାରେ କିଣି ଲକ୍ଷଲକ୍ଷ ଟଙ୍କାର ମୁନାଫା ପାଉଛନ୍ତି। ଆନ୍ଧ୍ର ବ୍ୟବସାୟୀ ବେଧଡ଼କ ଓଡ଼ିଶାରେ ପଶି ଓଡ଼ିଶାର ଲଘୁ ବନଜାତ ସାମଗ୍ରୀକୁ ନିଜ ରାଜ୍ୟକୁ ନେଇ ଚାଲିଛନ୍ତି। କୋଟିଆରୁ ବିପୁଳ ପରିମାଣର ଝାଡ଼ୁ, ତେନ୍ତୁଳି ଓ ନିଦା ବାଉଁଶ ଏମାନେ ସଂଗ୍ରହ କରୁଛନ୍ତି। ଓଡ଼ିଶା ସରକାର କିଛି ମାସ ତଳେ କୋଟିଆରେ ତିନିଟି ଝାଡୁ କେନ୍ଦ୍ର ଖୋଲିଛନ୍ତି। ଏହି କେନ୍ଦ୍ରରେ ଝାଡ଼ୁ ଦେଲେ ପ୍ରକୃତ ମୂଲ୍ୟ ଆଦିବା

Sambad

ତେବେ ଆନ୍ଧ୍ର ବ୍ୟବସାୟୀ କେନ୍ଦ୍ରରେ ଝାଡ଼ୁ ପହଞ୍ଚିବା ପୂର୍ବରୁ ଆଦିବାସୀଙ୍କୁ ଯୋଗାଯୋଗ କରି ଅଗ୍ରୀମ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି। ଟଙ୍କା ଆବଶ୍ୟକତା କାରଣରୁ ଉତ୍ପାଦନ ପରେ ଆନ୍ଧ୍ର ବ୍ୟବସାୟୀଙ୍କୁ ଦେବା ପାଇଁ ବାଧ୍ୟ ହେଉଛନ୍ତି ଆଦିବାସୀ। ଗୋଟିଏ ଝାଡ଼ୁ ପିଛା ୩୦ରୁ ୪୦ଟଙ୍କା ଆନ୍ଧ୍ର ବ୍ୟବସାୟୀ ଦେଉଛନ୍ତି। ନିଜ ରାଜ୍ୟକୁ ଚାଲାଣ କରି ଝାଡ଼ୁ ପିଛା ଶହେରୁ ଦେଢ଼ଶହ ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରକ୍ରିୟାକରଣ ସୁବିଧା ନଥିବାରୁ ଆଦିବାସୀ ଆନ୍ଧ୍ର ବ୍ୟବସାୟୀଙ୍କ ହାତକୁ ଶହ ଶହ କ୍ବିଣ୍ଟାଲ ତେନ୍ତୁଳି ପ୍ରତିବର୍ଷ ଟେକି ଦେଉଛନ୍ତି। ଆନ୍ଧ୍ର ବ୍ୟବସାୟୀ ନିୟମିତ ଟ୍ରକ୍‌ ଟ୍ରକ୍‌ କାଠ ଏବଂ ବାଉଁଶ ଏଠାରୁ ସଂଗ୍ରହ କରି ନେଇଯାଉଛନ୍ତି। ଏହା ସହ କୋଟିଆର ମାଣ୍ଡିଆ ଉପରେ ଆନ୍ଧ୍ର ବ୍ୟବସାୟୀଙ୍କ ନିୟନ୍ତ୍ରଣ ରହିଛି। ଆଦିବାସୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଦର ନିର୍ଦ୍ଧାରିତ କରିବା ସହ ବଜାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।