ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲଗାତାର ଧସୁଛି ଯୋଶୀମଠ: ମାଟିରେ ମିଶିବ ୬୭୮ ଘର, ହୋଟେଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ସହର ପ୍ରତି ଭୟାନକ ବିପଦ ମାଡ଼ିଆସିଛି। ସହର ଲଗାତାର ଧସି ଚାଲିଛି। ଅଧିକରୁ ଅଧିକ ଘର ଏବଂ ହୋଟେଲ୍‌ରେ ଫାଟ ଦେଖାଦେଇଛି। ଭୁଶୁଡ଼ି ପଡ଼ିବା ବିପଦ ଥିବା ୨ଟି ହୋଟେଲ୍‌ ସମେତ ଅନେକ ଅସୁରକ୍ଷିତ ଘର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ସିବିଆରଆଇ ( ‌ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ଯାଞ୍ଚ କାର୍ଯ୍ୟ ଶେଷ କରିବା ପରେ ଅସୁରକ୍ଷିତ କୋଠାଗୁଡ଼ିକୁ ମାଟିରେ ମିଶାଇ ଦେବାପାଇଁ ବୁଲ୍‌ଡୋଜର ପହଞ୍ଚିଯାଇଛି । ମୋଟ ୬୭୮ଟି ଘର ଏବଂ ୨ଟି ହୋ‌ଟେଲ ଭାଙ୍ଗିବା ପାଇଁ ଯୋଜନା ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ମାଉଣ୍ଟ ଭିଉ ଏବଂ ମଲ୍ଲାରି ଇନ୍‌ ନାମକ ୨ଟି ହୋଟେଲ ପ୍ରଥମ ପର୍ଯ୍ୟାୟରେ ଭଙ୍ଗାଯିବ। ଉକ୍ତ ୨ଟି ହୋଟେଲ୍‌ ଅତି ବିପଜ୍ଜନକ ଅବସ୍ଥାରେ ରହିଛି। ହୋଟେଲ ନିକଟସ୍ଥ ଘରଗୁଡ଼ିକରୁ ମଧ୍ୟ ଲୋକଙ୍କୁ ଖାଲି କରାଯାଇଛି। ଚାମୋଲି ଜିଲ୍ଲାପାଳ କହିଛନ୍ତି, ଅଞ୍ଚଳରେ ଅସୁରକ୍ଷିତ ଚିହ୍ନଟ କରାଯାଇଥିବା ଘରୁ ଲୋକମାନଙ୍କୁ ଖାଲି କରାଯାଇଛି। ଆଜି ରୁ୍ର୍‌କିରୁ ଏକ ସିବିଆରଆଇ ଟିମ୍‌ ଆସିବେ ଏବଂ ଅଧିକ ବିପଦ ରହିଥିବା ଅଂଚଳର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ।

କର୍ଣ୍ଣପ୍ରୟାଗରେ ମଧ୍ୟ ଘର, ରାସ୍ତା ଫାଟିଲା
ଡେରାଡୁନ : ଉତ୍ତରାଖଣ୍ଡର ଯୋଶୀମଠ ପରି ଚାମୋଲି ଜିଲ୍ଲାର ବହୁଗୁଣା ନଗର ଏବଂ କର୍ଣ୍ଣପ୍ରୟାଗରେ ବି କିଛି ଘର ଓ ରାସ୍ତାରେ ଫାଟ ଦେଖାଦେଇଛି। ସିତାରଗଞ୍ଜ ବିଧାୟକ‌ ସୌରଭ ବହୁଗୁଣା କହିଛନ୍ତି, ଯୋଶୀମଠ ନିକଟରେ ଆହୁରି ଅନେକ ଗ୍ରାମରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ପ୍ରଭାବିତ‌ ଲୋକଙ୍କୁ ଥଇଥାନ କରିବାପାଇଁ ଉଦ୍ୟମ ଜାରି ରହିଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ କର୍ଣ୍ଣପ୍ରୟାଗ ଅଞ୍ଚଳ ମଧ୍ୟ ବିପର୍ଯ୍ୟୟପ୍ରବଣ ଶ୍ରେଣୀରେ ରହିଛି। ଉକ୍ତ ଅଞ୍ଚଳରେ ପ୍ରାୟ ୫୦ଟି ଘରେ ଫାଟ ଦେଖାଦେଇଛି। ଯୋଶୀମଠଠାରୁ କର୍ଣ୍ଣପ୍ରୟାଗ ୮୧ କିମି ଦୂର। ଏବେ ଏହି ଅଞ୍ଚଳରେ ଏକ ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ କାମ ବନ୍ଦ ରଖାଯାଇଛି।

ଯୋଶୀମଠରେ ଅସୁରକ୍ଷିତ ଚିହ୍ନଟ ହୋଇଥିବା ଘର ଖାଲି କରିବା ପ୍ରକ୍ରିୟା ଜାରି ରହିଛି। ଲୁହ ଓ କୋହରେ ଯୋଶୀମଠ ବାସିନ୍ଦାମାନେ ଘର ଛାଡ଼ୁଛନ୍ତି। ଏଯାବତ୍‌ ମୋଟ୍‌ ୬୭୮ ଘରକୁ ‘ଅସୁରକ୍ଷିତ’ ଚିହ୍ନଟ କରାଯାଇଛି। ଜଣେ ବାସିନ୍ଦା କହିଛନ୍ତି, ଦୀର୍ଘ ୬୦ ବର୍ଷ ହେବ ଆମେ ଏହି ସ୍ଥାନରେ ରହି ଆସୁଛୁ। ଅତ୍ୟନ୍ତ କଷ୍ଟରେ ଘର ତିଆରି କରିଥିଲୁ। ଆଜି ଆମକୁ ଘର ଛାଡ଼ିବାକୁ ପଡ଼ୁଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଆଜି ଯୋଶୀମଠରେ ପହଞ୍ଚି ପ୍ରଭାବିତ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଅସୁରକ୍ଷିତ କୋଠା ଭାଙ୍ଗିବାକୁ ୨ଟି ଜେସିବି, ଗୋଟିଏ ବଡ଼ କ୍ରେନ୍‌ ଏବଂ ୨ଟି ଟିପର ଟ୍ରକ୍‌ ଏବଂ ୬୦ ଶ୍ରମିକ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏଯାବତ ୬୦୦ରୁ ଅଧିକ ଘରୁ ଲୋକଙ୍କୁ ଖାଲି କରାଯାଇଛି। ଏସ୍‌ଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାର ଓ ସୁରକ୍ଷିତ ସ୍ଥାନାନ୍ତର ଦାୟିତ୍ବ ହାତକୁ ନେଇଥିବା ବେଳେ ସେନା ବାହିନୀ ମଧ୍ୟ ପ୍ରସ୍ତୁତ ରହିଛି। ଯୋଶୀମଠ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅହରହ ନଜର ରଖିଛି ଏବଂ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର ଉପରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ