ଅପରାଧ ରାଜ୍ୟ

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୨ ଶିଶୁକନ୍ୟା ମୃତ: ଅଳ୍ପକେ ବର୍ତ୍ତିଲେ ବାପାମାଆ

ବିଶୋଇ: ମୟୂରଭଞ୍ଜ ଜିଲ୍ଲାରେ କାନ୍ଥ ପଡ଼ି ଦୁଇଜଣଙ୍କ ପ୍ରାଣହାନି ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବିଶୋଈ ବ୍ଲକ୍ ଲୁହାକନି ପଞ୍ଚାୟତ ଭୋଳବେଡାଗାଁରେ ଅଘଟଣ ଘଟିଛି। ଏଠାରେ ଲଗାଣ ବର୍ଷା ଯୋଗୁ କାନ୍ଥ ପଡ଼ି ୨ ନାବାଳିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତେବେ ମୃତ ନାବାଳିକାଙ୍କ ବାପାମା ଅଳ୍ପକେ ବର୍ତ୍ତିଯାଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଭୋଳବେଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ୨ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ଶିଶୁକନ୍ୟାଙ୍କର ବାପା ଓ ମା’ ଆହତ ହୋଇଛନ୍ତି। ମୃତ ୨ ଶିଶୁକନ୍ୟା ହେଲେ ଅନୀଲ ଗିରି ଓ ରିତା ଗିରିଙ୍କ ୨ ଝିଅ ସ୍ୱିଟି (୧୧) ଓ ନିହାରିକା (୪)। ସୂଚନାଥାଉକି, ଗତକାଲି ରାତ୍ରି ପ୍ରାୟ ଅଢେ଼ଇ ଘଟିକା ସମୟରେ ଅନୀଲ, ତାଙ୍କ ସ୍ତ୍ରୀ ରିତା ଓ ୨ ଝିଅ ସ୍ୱିଟି ଓ ନିହାରିକାକୁ ନେଇ ନିଜ ମାଟି କାନ୍ଥ ଆଜବେଷ୍ଟସ ନିର୍ମିତ ଘରେ ଶୋଇଥିଲେ।
ଗତକାଲି ଲଗାଣ ବର୍ଷା ଯୋଗୁ ଅନୀଲଙ୍କ ପରିବାର ଶୋଇଥିବା ଘରର କାନ୍ଥ ହଠାତ ଭୁଶୁଡ଼ି ପଡିଥିଲା। ଫଳରେ ଘଟଣାସ୍ଥଳରେ ସ୍ୱିଟି ଓ ନିହାରିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୀଲ ଓ ତାଙ୍କ ସ୍ତ୍ରୀ ରିତା ଆହତ ହୋଇଥିଲେ। ପରେ ୨ ଝିଅଙ୍କ ମାଆ ରିତା ପଡୋଶୀ ନିକଟକୁ ଯାଇ ଏହି ବିଷୟରେ ଜଣାଇବା ପରେ ସ୍ଥାନୀୟ ପଡୋଶୀଙ୍କ ସହାୟତାରେ ୨ ଝିଅଙ୍କୁ ଉଦ୍ଧାର କରାଯାଇ ଆମ୍ବିଲାନ୍ସ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର, ମେଡିକାଲ ପହଞ୍ଚିବା ପରେ ଡାକ୍ତର ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ଏହି ବିଷୟରେ ଖବର ପାଇ ବିଶୋଇ ପୁଲିସ ଓ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିବାର ଜଣାପଡ଼ିଛି। ସୂଚନାଥାଉକି, ସ୍ୱିଟି ଜାମରଡ଼ିହା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଥିବାବେଳେ ନିହାରିକା ଭୋଳବେଡା ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢୁଥିଲେ।୨ ଝିଅଙ୍କୁ ହରାଇ ଅନୀଲଙ୍କ ପରିବାର ସମ୍ପୂର୍ଣ୍ଣ ଦୁଃଖରେ ଭାଙ୍ଗି ପଡିଥିବା ବେଳେ କ୍ଷତିପୂରଣ ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।