ଅପରାଧ ଦେଶ ବିଦେଶ

ଲକ୍ଷ୍ନୌ ବିମାନ ବନ୍ଦରରେ କଷ୍ଟମ ଡିପାର୍ଟମେଣ୍ଟ ଚଢ଼ଉ, ୧୦ ଏୟାରଗନ୍ ସମେତ ଅନ୍ୟ ସାମଗ୍ରୀ ଜବତ

ଲକ୍ଷ୍ନୌ ୨୦।୭: ଚୌଧୁରୀ ଚରଣ ସିଂହ ବିମାନ ବନ୍ଦର ଇଣ୍ଟରନ୍ୟାସନାଲ ଟର୍ମିନାଲରେ ଗୁରୁବାର କଷ୍ଟମ ବିଭାଗ ଟିମ୍‌ ଚଢ଼ଉ କରିଛନ୍ତି। ଏହି ଚଢଉ କାଳରେ ଜନୈକ ଯାତ୍ରୀଙ୍କ ଠାରୁ ୧୦ ଟି ଏୟାରଗନ ସମେତ ଆର୍ମସ୍ ଏସୋସେରିଜ ଜବତ ହୋଇଛି। ଯାତ୍ରୀଙ୍କୁ କଷ୍ଟମ ଟିମ୍‌ ଗିରଫ କରିଥିବା ବେଳେ ଜବତ ଗନ ଓ ଆର୍ମସ ଏସୋସରିଜ ଯାଞ୍ଚ ପାଇଁ ପଠାଯାଇଛି।

ୟୁପି-ଉତ୍ତରାଖଣ୍ଡ କଷ୍ଟମ କମିଶନର ବେଦ ପ୍ରକାଶ ଶୁକ୍ଲାଙ୍କ ଅନୁସାରେ ଯାତ୍ରୀଙ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ଏପରି ସବୁ ସାମଗ୍ରୀ ମିଳିଥିଲା। ବିଦେଶରୁ ଆସୁଥିବା ଯାତ୍ରୀ ନିଜ ସହ କୌଣସି ମୂଲ୍ୟବାନ ଅଥବା ନିଷିଦ୍ଧ ସାମଗ୍ରୀ ଆଣିଥିଲେ ଏଥିଲାଗି ଏକ ଘୋଷଣାପତ୍ର ଦେବାକୁ ହୋଇଥାଏ। ତେବେ ଯାତ୍ରୀ ବିନା ଘୋଷଣାପତ୍ରରେ ଗ୍ରୀନ ଚାନେଲରେ ବିମାନବନ୍ଦର ବାହାରକୁ ବାହାରିଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛନ୍ତି।

ଯାତ୍ରୀଙ୍କ ନିକଟରୁ ୧୦ଟି ଏୟାରଗନ ଜବତ ହୋଇଥିବା ବେଳେ ଏ ନେଇ କୌଣସି ବୈଦ୍ଧ କାଗଜପତ୍ର ଅଥବା ଲାଇସେନ୍ସ ଦେଖାଇ ପାରିନାହାନ୍ତି। ଜବତ ସାମଗ୍ରୀର ମୋଟ ମୂଲ୍ୟ ୨୦ ଲକ୍ଷ ୫୪ ହଜାର ଟଙ୍କା। ଏଣୁ କଷ୍ଟମ ଆଇନର ବ୍ୟାଗେଜ ରୁଲସ ଓ ଆର୍ମସ ରୁଲସରେ ଯାତ୍ରୀଙ୍କୁ ଗିରଫ କରି ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଆର୍ଥିକ ଅପରାଧଙ୍କ ସମ୍ମୁଖରେ ହାଜର କରାଯିବ। ତେବେ ତା ପୂର୍ବରୁ କଷ୍ଟମସ ଅଧିକାରୀମାନେ ତାଙ୍କୁ ପଚରା ଉଚରା ଚଳାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ