ଖେଳ ଦେଶ ବିଦେଶ

ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆର ଲଗାତାର ୧୦ମ ଟ୍ବେଣ୍ଟି ଟ୍ବେଣ୍ଟି ବିଜୟ

ନୂଆଦିଲ୍ଲୀ ୨୫/ ୦୨: ଲକ୍ଷ୍ନୌରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟିକୁ ସହଜରେ ଜିତିନେଇଛି ଟିମ୍‌ ଇଣ୍ଡିଆ । ଭ୍ରମଣକାରୀ ଶ୍ରୀଲଙ୍କାକୁ ୬୨ ରନର ବୃହତ ବ୍ୟବଧାନରେ ମାତ୍‌ ଦେଇଛି ରୋହିତ ସେନା । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨ ଓ୍ବିକେଟ୍‌ ହରାଇ ୧୯୯ ରନ କରିଥିବା ଭାରତ ଜବାବରେ ଶ୍ରୀଲଙ୍କା ମାତ୍ର ୧୩୭ରନରେ ଅଲଆଉଟ୍‌ ହୋଇଯାଇଥିଲା । ୩ଟିକିଆ ଟି-୨୦ ସିରିଜରେ ୦-୧ରେ ଆଗୁଆ ହୋଇଯାଇଇଛି ଟିମ୍‌ ଇଣ୍ଡିଆ ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବା ସହ ଭାରତର ଏହା ଲଗାତାର ୧୦ମ ଟ୍ବେଣ୍ଟି ଟ୍ବେଣ୍ଟି ବିଜୟ । ଏଥିମଧ୍ୟରୁ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଲଗାତାର ୭ଟି ମ୍ୟାଚ୍‌ ଜିତିଛି । ପ୍ରଥମ ମ୍ୟାଚର ହିରୋ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଛି । ଅବଶ୍ୟ ସେ ୮୯ ରନ କରି ଶତକରୁ ବଞ୍ଚିତ ହୋଇଛନ୍ତି କିନ୍ତୁ ପଡିଆ ମଧ୍ୟରେ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ କରାଇଛି ।

ପ୍ରଥମ ମ୍ୟାଚରେ ଇଶାନଙ୍କ ବ୍ୟତିତ ଅଧିନାୟକ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ମଧ୍ୟ ଧମାକାଦାର ଇନିଂସ ଖେଳିଥିଲେ । ରୋହିତ ୪୪ ରନ କରିଥିବା ବେଳେ ଆୟର ମାତ୍ର ୨୮ ବଲରୁ ୫୭ ରନ କରିଥିଲେ ଯେଉଁଥିରେ ୫ଟି ଛକା ମଧ୍ୟ ଅନ୍ତର୍ଭୁକ୍ତ । ରୋହିତ ଶର୍ମାଙ୍କ ଅଧିନାୟକ କଥା କହିବାକୁ ଗଲେ, ସେ ମଧ୍ୟ ଲଗାତାର ଭାବେ ୧୦ଟି ମ୍ୟାଚ୍‌ ଜିତିସାରିଲେଣି । ପ୍ରଥମେ ବାଂଲାଦେଶ ବିପକ୍ଷ ସିରିଜକୁ ୦-୩ରେ ଜିତିନେବା ପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ପରେ ନ୍ୟୁଜିଲାଣ୍ଡ ୦-୩ରେ ମୂଳପୋଛ ହୋଇଥିଲା । ପରେ ନିକଟରେ ଶେଷ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜକୁ ମଧ୍ୟ ପୋଛିନେଇଥିଲା ଟିମ୍‌ ଇଣ୍ଡିଆ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ