ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରୋଗୀଙ୍କୁ ଦେଲେନି, ରାସ୍ତା‌କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ

ସୋର : ବାଲେଶ୍ବର ସୋର ଅଞ୍ଚଳରେ ସମୟ ଅତିକ୍ରାନ୍ତ ହୋଇ ନଥିବା ଅନେକ ମୂଲ୍ୟବାନ୍ ସରକାରୀ ଔଷଧ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ସୋର ପୌରାଞ୍ଚଳ ତଳନଗର ଓଭର୍‌ବ୍ରିଜ୍‌ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଆଜି ଅନେକ ଔଷଧ ବୋତଲ ଓ ବଟିକା ପଡ଼ିଥିବା ଦେଖିବାକୁ ମିଳିଥିଲା। ସେଗୁଡ଼ିକ ଆୟୁଷ ବିଭାଗ ଅଧୀନ ୟୁନାନି ଔଷଧ ବୋଲି ଚିହ୍ନଟ ହୋଇଛି। ଉକ୍ତ ଔଷଧଗୁଡ଼ିକର ସମୟ ଅବଧି ନଭେମ୍ବର ୨୦୨୪ ମସିହା ପର୍ଯ୍ୟନ୍ତ ରହିଥିବା ଦେଖିବାକୁ ମିଳିଛି। ତେବେ ସମୟ ଅବଧି ଥିବା ଔଷଧଗୁଡ଼ିକୁ କିଏ ଓ କାହିଁକି ରାସ୍ତାକଡ଼ରେ ଫିଙ୍ଗିଛନ୍ତି, ସେ ସଂପର୍କରେ କିଛି ଜଣାପଡ଼ିନାହିଁ।

ଗୋଟିଏପଟେ ଗରିବ ରୋଗୀମାନେ ସରକାରୀ ଆୟୁଷ ଔଷଧ ପାଉନଥିବାବେଳେ ସେଗୁଡ଼ିକ ବ୍ୟବହାର ନ ହୋଇ ଫିଙ୍ଗିଦିଆଯିବାକୁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି। ଆୟୁଷ ବିଭାଗ ଯେ ଘୋର ଅବ୍ୟବସ୍ଥିତ ଢଙ୍ଗରେ ଚାଲିଛି, ତାହା ଏହି ଘଟଣାରୁ ଜଳଜଳ ଦିଶୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ