ଖେଳ ଦେଶ ବିଦେଶ ମନୋରଞ୍ଜନ

ରୋହିତଙ୍କ ଶତକରେ ଭାଲେଣ୍ଟାଇନ୍ସ ଡେ’ ସଂଯୋଗ

ଶନିବାର ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଶତକର ସାକ୍ଷୀ ପାଲଟିଥିଲେ ପତ୍ନୀ ରିତିକା‌। ଇଂଲଣ୍ଡ ବୋଲରଙ୍କୁ ରୋହିତ ପଡ଼ିଆର ଚତୁଃପାର୍ଶ୍ବକୁ ଧୂଲେଇ କରୁଥିଲା ବେଳେ ଦର୍ଶକ ଷ୍ଟାଣ୍ଡରେ ବସି ରିତିକା ତାଙ୍କୁ ଉତ୍ସାହିତ କରୁଥିଲେ। ଏହି ଶତକ ଭିତରେ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦଳ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସର ସଂଯୋଗ ଖୋଜି ନେଇଥିଲା। ପ୍ରେମ ଦିବସର ଠିକ୍ ପୂର୍ବଦିନ ଶତକ ମାରି ରୋହିତ ରିତିକାଙ୍କୁ ନିଆରା ଉପହାର ଦେଇଥିଲେ ବୋଲି ଦଳ ଟ୍ବିଟ୍ କରି କହିଥିଲା। ଖାଲି ସେତିକି ନୁହେଁ ରିତିକାଙ୍କୁ କେଉଁ କେଉଁ ସ୍ବତନ୍ତ୍ର ଦିବସ ପୂର୍ବରୁ ରୋହିତ ବଡ଼ ପାଳି ଉପହାର ଦେଇଛନ୍ତି ତା’ର ତାଲିକା ବି ପ୍ରକାଶ କରିଥିଲା। ଦଳ ମଧ୍ୟ ପତି-ପତ୍ନିଙ୍କୁ ରୋହିକା (ରୋହିତ ଓ ରିତିକାଙ୍କ ନାଁକୁ ମିଶାଇ) ଭାବେ ସମ୍ବୋଧନ କରିଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ତା’ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିବା ତାଲିକା ଅନୁସାରେ ଶ୍ରୀଲଙ୍କା ବିପକ୍ଷରେ ୨୦୮ କରି ବିବାହ ବାର୍ଷିକୀ, ଏହି ଦଳ ବିପକ୍ଷରେ ୧୧୮ ରନ୍ କରି ଜନ୍ମଦିନ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧୮ ରନ୍ କରି ୨୦୧୮ ପ୍ରେମ ଦିବସ ଏବଂ ଇଂଲଣ୍ଡ ବିପକ୍ଷରେ ୧୬୧ ରନ୍ କରି ଚଳିତ ବର୍ଷ ପ୍ରେମ ଦିବସ ଉପହାର ରତିକା‌ଙ୍କୁ ନିଆରା ଢଙ୍ଗରେ ରୋହିତ ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ