ଖେଳ ଦେଶ ବିଦେଶ

ରୋହିତଙ୍କୁ ନ ଖେଳାଇବା ଟିମ୍ ଇଣ୍ଡିଆ ପାଇଁ ପଡିଲା ଭାରି ! ଏହି ସବୁ କାରଣରୁ ପ୍ରଥମ ଟି୨୦ରେ ହାରିଲା ବିରାଟ ସେନା

ନୂଆଦିଲ୍ଲୀ,୧୩/୦୩ : ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଇଂଲଣ୍ଡ ଭାରତକୁ ୮ ଓ୍ୱିକେଟରେ ପରାସ୍ତ କରିଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୨୪ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୧୫.୩ ଓଭରରେ ମାତ୍ର ୨ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନଇଥିଲା ।

ଏହି ବିଜୟ ସହ ଇଂଲଣ୍ଡ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ମୁକାବିଲାରେ ଟସଠୁ ଆରମ୍ଭ କରି ଦଳ ଚୟନ ଭାରତ ସପକ୍ଷରେ ନଥିଲା । ଆସନ୍ତୁ ନଜର ପକାଇବା ଦଳର ପରାଜୟର ମୁଖ୍ୟ କାରଣ ଉପରେ ।

ଟସ୍ ହାରିବା

ଅଧିନାୟକ ବିରାଟ କୋହଲି ଟସ୍ ହାରିଥିଲେ । ଏହି ମ୍ୟାଚରେ ଟସ୍ ବହୁ ଗୁରୁତ୍ୱ ବହନ କରୁଥିଲା । ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।ବିରାଟ ମଧ୍ୟ ଟସ୍ ଜିତିଥିଲେ ପ୍ରଥମେ ବୋଲିଂ ନେଇଥାନ୍ତେ ବୋଲି କହିଥିଲେ ।

ରୋହିତଙ୍କୁ ବିଶ୍ରାମ

ରୋହିତ ଶର୍ମାଙ୍କୁ ବିଶ୍ରାମ ଦେବା ଦଳ ପାଇଁ ମହଙ୍ଗା ପଡିଛି । ସେ ଟେଷ୍ଟ ସିରିଜରେ ଦମଦାର୍ ଫର୍ମରେ ଥିଲେ । ରୋହିତ ନଥିବାରୁ ଓପନିଂ ଭୁଶୁଡି ପଡିଲା । ଟପ୍ ୩ ବ୍ୟାଟସମ୍ୟାନ୍ ଫେଲ୍ ମାରିଥିଲେ । ଏପରିକି ଓପନିଂ ପାଇଁ ଓହ୍ଲାଇଥିବା କେଏଲ ରାହୁଲ ଓ ଶିଖର ଧାଓ୍ୱନ ଫେଲ୍ ମାରିଥିଲେ ।

ପାଓ୍ୱାର ପ୍ଲେରେ କମ ରନ୍

ଭାରତ ପାଓ୍ୱାର ପ୍ଲେର ଫାଇଦା ଉଠାଇ ପାରିନଥିଲା । ଦଳ ପ୍ରଥମ ୬ ଓଭର ପାଓ୍ୱାର ପ୍ଲେରେ ମାତ୍ର ୨୨ ରନ୍ କରିପାରିଥିଲା ।

୩ ସ୍ପିନରଙ୍କୁ ଖେଳାଇବା

ଭାରତ ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ ଓ ଓ୍ୱାଶିଂଟନ ସୁନ୍ଦରଙ୍କୁ ଧରି ପଡିଆକୁ ଓହ୍ଲାଇଥିଲା । କିନ୍ତୁ ଇଂଲଣ୍ଡ ଜଣେ ସ୍ପିନରଙ୍କୁ ମ୍ୟାଚରେ ସାମିଲ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ