ଅପରାଧ ରାଜ୍ୟ

ରେଶମ ସହରର ବିଭିନ୍ନ ଜୁଆ ଆଡ୍ଡାରେ ପୋଲିସ ରେଡ୍, ବିପୁଳ ପରିମାଣର ଟଙ୍କା ଜବତ

ବ୍ରହ୍ମପୁର ୨୩/୦୯: ପାର୍ବଣରେ ଅପରାଧୀଙ୍କୁ ଚେକ୍ ଦେବାକୁ ପୋଲିସର ଅଭିଯାନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ବିଶେଷ କରି ଜୁଆ ଆଡ୍ଡା ଉପରେ ପୁଲିସ୍ ଏହି ଚଢାଉ କରିଛି ।

ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଥିଲା । ଏହି ଚଢାଉରେ ୩୬,୩୫୦ ଟଙ୍କା, ତିନୋଟି ମୋବାଇଲ୍ ଫୋନ୍, ଦୁଇଟି ମୋଟରସାଇକେଲ ଜବତ କରାଯାଇଛି । ଘଟଣାରେ ୪ ଜଣ ଅଟକ ରଖିଛି ପୋଲିସ ।

ସେହିଭଳି ଦିଗପହଣ୍ଡି ଥାନା ଅଞ୍ଚଳରେ ଆଉ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି । ଏଥିରୁ ମଧ୍ୟ ୧୧ ହଜାର ଟଙ୍କା ଜବତ ହେବା ସହ ୫ ଜଣ ଅଟକ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ ପି ଶ୍ରବଣ ବିବେକ ଏମ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।