ଅପରାଧ ରାଜ୍ୟ

ରେଶମ ସହରରେ ବେଧଡକ ଚାଲିଛି ସେକ୍ସ ରାକେଟ: ଗେଷ୍ଟ ହାଉସରେ ଚଢ଼ଉରେ ୩ ଯୁବତୀ ଉଦ୍ଧାର, ୧୦ ଅଟକ

ବ୍ରହ୍ମପୁର ୦୧/୧୧: ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ୍‌ । ଟାଟାବେଞ୍ଜ ଛକ ନିକଟସ୍ଥ ତୁଳସୀ ଗେଷ୍ଟ ହାଉସରେ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ସେଠାରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଏହା ସହିତ ଅନ୍ୟ ୧୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।

ଏଠାରେ ଅନେକ ଦିନ ହେବ ସେକ୍ସ ରାକେଟ ଚାଲୁଥିବା ନେଇ ଖବର ମିଳିବା ପରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ସେଠାରେ ବାଇକରେ ପହଞ୍ଚି ଚଢ଼ଉ କରିଥିଲେ । ବିଏନପୁର ଥାନା ଅଧିକାରୀ ରାମକୁମାର ମୁର୍ମୁ, ଗୋଷାଣୀ ନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ଏସଆଇ ବିଭୂତି ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢଉରେ ସାମିଲ ଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।