ଅପରାଧ ରାଜ୍ୟ

ରେଳ ଷ୍ଟେସନରୁ ୩୪ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର ୩୦।୦୫: ଭୁବନେଶ୍ୱର ରେଳ ଷ୍ଟେସନରୁ ବିପୁଳ ପିରମାଣର ଗଞ୍ଜେଇ ଜବତ । ପ୍ରାୟ ୩୪ କିଲୋର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଜଣେ ଟାକ୍ସି ଡ୍ରାଇଭର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଭୁବନେଶ୍ୱରରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ଯୁବକ ପ୍ରଦୀପ ରାଠୋଡ଼ । ଯାଞ୍ଚ ବେଳେ ତାଙ୍କ ନିକଟରୁ ୩୪ କିଲୋର ଗଞ୍ଜେଇ ଜବତ ହୋଇଛି । ତେବେ ଏତେ ପରିମାଣରେ ଗଞ୍ଜେଇ ମିଳିବା ପରେ ପୋଲିସ ପ୍ରଦୀପଙ୍କୁ ଗିରଫ କରିଛି ।

ସେହିପରି ପ୍ରଦୀପ ଭୁବନେଶ୍ୱର ଓ ମଧ୍ୟପ୍ରଦେଶରେ ଗଞ୍ଜେଇ ମାଫିଆଙ୍କ ରାକେଟ୍‌ରେ ସାମିଲ ଥିବା ସୂଚନା ମିଳିଛି । ଏନେଇ ଖୋଲତାଡ଼ କରୁଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।