ରାଜ୍ୟ

ରେଳ ବଜେଟ୍‌ରେ ମୟୂରଭଞ୍ଜ ଉପେକ୍ଷିତ: ଡା. ଦିନେଶ ଷଡ଼ଙ୍ଗୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଚଳିତ ବର୍ଷ ୨୦୨୩-୨୪ ରେଳ ବଜେଟ ଅତ୍ୟନ୍ତ ନିରାଶା ଓ ଦୁର୍ଭାଗ୍ୟଜନକ। ଏଥିରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଓ ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ଉପେକ୍ଷିତ ହୋଇଛି। ବଜେଟରେ ଓଡ଼ିଶାକୁ ନୂଆ ରେଳ ଲାଇନ ପାଇଁ ୨୫୦୦ କୋଟି ଟଙ୍କା ଦିଆଯାଇଥିବା ଜାଣି ଲୋକେ ଆଶ୍ୱସ୍ତ ହୋଇଥିଲେ। ହେଲେ ନିକଟରେ ରେଳମନ୍ତ୍ରୀ ତାଙ୍କ ପ୍ରେସ ବାର୍ତ୍ତାରେ ଏ ପରିଯୋଜନା ପାଇଁ ମାତ୍ର ୧୦୦୦ ଟଙ୍କା ବ୍ୟବସ୍ଥା ହୋଇଥିବା କହିଥିଲେ। ତା’ ସହିତ ମୟୂରଭଞ୍ଜର ଦୀର୍ଘ ଦିନର ଦାବି ବାଙ୍ଗିରିପୋଷୀ, ଗୁରୁମହିଷାଣି ଓ ବାଦାମପାହାଡ଼-କେଉଁଝର ନୂଆ ରେଳ ଲାଇନ ବିଷୟରେ ଉଲ୍ଲେଖ ନ ଥିବା କଥା ମଧ୍ୟ ଜଣାପଡ଼ିଛି। ଯାହାକୁ ନେଇ ମୟୂରଭଞ୍ଜ ଓ ସିଂହଭୂମି ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଠାକାର ଅଧିବାସୀମାନେ ଘୋର ଅପମାନିତ ଓ ଉପେକ୍ଷିତ ବୋଧ କରୁଛନ୍ତି। ଏହା ବିଭେଦକାରୀ ଶକ୍ତିମାନଙ୍କୁ ପ୍ରେରିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଥିବା କହିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ଉତ୍କଳ ସମ୍ମିଳନୀର ଉପଦେଷ୍ଟା ଓ ସିଂହଭୂମି ଉତ୍କଳ ସଭାର ସାଧାରଣ ସମ୍ପାଦକ ଡା. ଦିନେଶ ଷଡ଼ଙ୍ଗୀ।

ଏକ ପ୍ରେସ୍‌ ବିବୃତିରେ ସେ କହିଛନ୍ତି, ‘ମୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିନମ୍ର ନିବେଦନ କରୁଛି କି ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବୁଢ଼ାମାରା-ଚାକୁଳିଆ ରେଳ ଲାଇନ ପାଇଁ ଅତି କମ୍‌ରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରନ୍ତୁ। ମାର୍ଚ୍ଚ ସୁଦ୍ଧା ଏହା ଶିଳାନ୍ୟାସ କରି କାର୍ଯ୍ୟାରମ୍ଭ କରନ୍ତୁ ବୋଲି ସେ ଦାବି କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ବୁଢ଼ାମାରା-ଚାକୁଳିଆ ୫୦ କିଲୋମିଟର ରେଳ ଲାଇନ ନିର୍ମାଣ ପାଇଁ ଦୀର୍ଘ ୫୫ ବର୍ଷ ଧରି ଦାବି ଓ ଲଢେ଼ଇ ଚାଲିଛି। ମଧୁ ଦଣ୍ଡବତେଙ୍କ ଠାରୁ ଆରମ୍ଭ କରି ଜର୍ଜ ଫର୍ଣ୍ଣାଡିଜ, ଲାଲୁ ଯାଦବ, ମୁକୁଳ ରାୟ ଓ ଅଶ୍ବିନୀ ବୈଷ୍ଣବ ପର୍ଯ୍ୟନ୍ତ ସବୁ ରେଳ ମନ୍ତ୍ରୀଙ୍କୁ ଗୁହାରୀ କରାଯାଇଛି। ସ୍ବର୍ଗତ ସାଂସଦ ରୁଦ୍ର ପ୍ରତାପ ଷଡ଼ଙ୍ଗୀ, ଶ୍ୟାମ ସୁନ୍ଦର ମହାପାତ୍ର, ସମରେନ୍ଦ୍ର କୁଣ୍ଡୁ, ଚିନ୍ତାମଣି ଜେନା, ଖାରବେଳ ସ୍ବାଇଁ, ସରୋଜିନୀ ହେମ୍ବ୍ରମ, ବିରଭଦ୍ର ସିଂହ, ମମତା ମହାନ୍ତ, ଲକ୍ଷ୍ମଣ ଟୁଡୁ, ଡା.ଅଜୟ କୁମାର ପ୍ରଭୃତି ବହୁ ସାଂସଦ ଏଥିପାଇଁ ରେଳ ମନ୍ତ୍ରୀମାନଙ୍କ ପାଖରେ ବାରମ୍ବାର ଦାବି ଉପସ୍ଥାପନ କରିଆସିଛନ୍ତି। ଶେଷରେ ଲାଲୁ ଯାଦବ ରେଳମନ୍ତ୍ରୀ ଓ କଲ୍ୟାଣ ଜେନା ରେଲୱେ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଏହା ସ୍ବୀକୃତି ପାଇଥିଲା ଓ ବଜେଟରେ ୧୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହାପରେ ନିର୍ବାଚନ ଘୋଷଣା ହେଲା। ୟୁପିଏ ସରକାରର ରେଳମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଓ ଝାଡ଼ଖଣ୍ଡର ସବୁ ଯୋଜନାକୁ ଶୀତଳ ଭଣ୍ଡାରକୁ ପଠାଇ ଦେଇଥିଲେ।

୨୦୧୯ ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ, ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ସାଂସଦ ଓ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱରର ସାଂସଦ ଭାବେ ନିର୍ବାଚିତ ହେଲେ। କେବଳ ନିର୍ବାଚିତ ହେଲେ ନାହିଁ, ବରଂ ଉଭୟ କେନ୍ଦ୍ରମନ୍ତ୍ରୀ ହେବା ପରେ ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ପୁରୁଣା ଦାବି ପୂରଣ ହେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସ୍ଥିତି ‘ଆକାଶ କଇଆଁ ଚିଲିକା ମାଛ’ ଭଳି ହେଲା। ୨୦୧୯ ରେ ମୟୁରଭଞ୍ଜବାସୀ ଭୋଟ୍‌ ଦେଇ ଭାଜପାରୁ ଦୁଇ ସାଂସଦ ଓ ଛଅ ବିଧାୟକଙ୍କୁ ନିର୍ବାଚିତ କରାଇଥିଲେ। ଏହା ସତ୍ତ୍ୱେ ଗତ ଦୁଇ ବର୍ଷ ଧରି ରେଳ ବଜେଟରେ ଆଖିଦୃଶିଆ ପରିଯୋଜନା ହେଲା ନାହିଁ। ଓଡ଼ିଶାରୁ ରାଜ୍ୟସଭା ସାଂସଦ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ଆଉ ଥରେ ନୂଆ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ରେଳମନ୍ତ୍ରୀଙ୍କ ପ୍ରେସ୍‌ ବାର୍ତ୍ତା ସବୁ ପଦାରେ ପକାଇ ଦେଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।