ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରେଳ ଦୁର୍ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ନୂଆଦିଲ୍ଲୀ: ବାଲେଶ୍ବରର ବାହାନଗାଠାରେ ୨ ଦିନ ତଳେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ କମିଟି ଦ୍ବାରା କରିବା ଲାଗି ଜନସ୍ବାର୍ଥ ମାମଲା ଦାଖଲ ହୋଇଛି। ସୁପ୍ରିମକୋର୍ଟରେ ଏହି ମାମଲା ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା କରାଯାଇଛି। ରେଳବାଇକୁ ନିରାପଦ ରଖିବା ଏବଂ ଦୁର୍ଘଟଣାଗୁଡ଼ିକରୁ ହଜାର ‌ହଜାର ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ବିଚାର ବିଭାଗୀୟ ହସ୍ତକ୍ଷେପ ସେ ଲୋଡ଼ିଛନ୍ତି। ଏଥିସହିତ ରେଳ ବ୍ୟବସ୍ଥାରେ ବର୍ତ୍ତମାନ କେଉଁସବୁ ବିପଦ ଏବଂ ସୁରକ୍ଷା ମାନଦଣ୍ଡ ରହିଛି ତାହାର ବିଶ୍ଳେଷଣ ଓ ସମୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଏକ କମିସନ ଗଠନ ପାଇଁ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଜନସ୍ବାର୍ଥ ମାମଲାରେ ତିୱାରୀ ଆବେଦନ କରିଛନ୍ତି।

ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ କ’ଣ ସବୁ ସଂଶୋଧନ ଆବଶ୍ୟକ ସେ ନେଇ କମିସନ ସୁପାରିସ କରିବେ ବୋଲି ଆବେଦନକାରୀ ନିବେଦନ କରିଛନ୍ତି। ଦୁଇ ମାସ ମଧ୍ୟରେ କମିସନ ଏହାର ତଦନ୍ତ ଶେଷ କରି ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବା ଲାଗି ଆବେଦନକାରୀ ପ୍ରାର୍ଥନା କରିଛନ୍ତି।ଏଥିସହିତ ରେଳବାଇ ପକ୍ଷରୁ ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ ବିକାଶ କରାଯାଇଥିବା ସ୍ବୟଂକ୍ରିୟ ଟ୍ରେନ ସୁରକ୍ଷା (ଏଟିପି) ବ୍ୟବସ୍ଥା ବା କବଚକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ବା ମାର୍ଗଦର୍ଶିକା ଜାରି ପାଇଁ ଆବେଦନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗୋଟିଏ ସମାନ ରେଳ ଧାରଣାରେ ଗୋଟିଏ ଟ୍ରେନ୍ ରହିଥିବା ଜଣାପଡିଲେ ଅନ୍ୟ ଟ୍ରେନଟି ଆପେ ଅଟକି ଯିବାର ବ୍ୟବସ୍ଥା କବଚ ବ୍ୟବସ୍ଥାରେ ରହିଛି। କିନ୍ତୁ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ମନ୍ଥର ରହିଛି। ଦୁର୍ଘଟଣାଗସ୍ତ ଟ୍ରେନରେ ଏହି ବ୍ୟବସ୍ଥା ନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ