ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ରେଡ୍‌ ଓ ଭାଓଲେଟ୍‌ର ସହଜ ବିଜୟ

ଭୁବନେଶ୍ବର: କିଟ୍‌ରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍‌ର ଶନିବାର ଦୁଇଟି ମ୍ୟାଚ୍‌ରେ ଓଡ଼ିଶା ରେଡ୍‌ ଓ ଓଡ଼ିଶା ଭାଓଲେଟ୍‌ ସହଜ ବିଜୟ ହାସଲ କରିଛନ୍ତି। ରେଡ୍‌ ୧୦ ୱିକେଟ୍‌ରେ ଓଡ଼ିଶା ୟେଲୋକୁ ଏବଂ ଭାଓଲେଟ୍‌ ୬ ୱିକେଟ୍‌ରେ ଓଡ଼ିଶା ପର୍ପଲକୁ ପରାସ୍ତ କରିଛି। ଏଥି ସହିତ ରେଡ୍‌ ୭ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପଏଣ୍ଟ ତାଲିକାର ତୃତୀୟ (୨୦)ରେ ରହିଥିଲା ବେଳେ ଭାଓଲେଟ୍‌ (୨୦) ଅଷ୍ଟମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ଦ୍ବିତୀୟରେ ସ୍ଥିର ରହିଛି। ଅନ୍ୟପକ୍ଷରେ ୟେଲୋ (୪) ଷଷ୍ଠ ପରାଜୟ ସହ ପଞ୍ଚମ ତଥା ଶେଷ ସ୍ଥାନରେ ରହିଥିଲା ବେଳେ ପର୍ପଲ (୨୦) ଦ୍ବିତୀୟ ପରାଜୟ ସତ୍ତ୍ବେ ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଛି।

ଶନିବାର ଟସ୍‌ ଜିତି ୟେଲୋ ପ୍ରଥମେ ବ୍ୟାଟିଂ ନେଇଥିଲା। ସଂଗୀତା ଖାଡ଼ିଆ (୩୨), ପ୍ରିୟଙ୍କା ସାହୁ (୨୫) ଓ ସସ୍ମିତା ମହାଲିକ (୧୫)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ଦଳ ୫ ୱିକେଟ୍‌ ବିନିମୟରେ କରିଥିଲା ୮୯ ରନ୍‌। ସୋନାଲି ହେମ୍ବ୍ରମ୍‌ ୧୬/୨, ପ୍ରୀତି ପ୍ରିୟଦର୍ଶିନୀ ୨୩/୧ ଓ ସ୍ବର୍ଣ୍ଣଲତା ନାୟକ ୮/୧ର ବୋଲିଂ ଚିତ୍ର ପା‌ଇଥିଲେ। ଜବାବରେ ପ୍ରାରମ୍ଭିକ ଯୋଡ଼ି ଅଧିନାୟିକା ମାଧୁରୀ ମେହେଟା (୪୯*, ୩୬ ବଲ୍‌, ୬ ଚୌକା) ଓ କାଜଲ ଜେନା (୪୨*, ୨୫ ବଲ୍‌, ୮ ଚୌକା)ଙ୍କ ବିସ୍ଫୋରକ ଅପରାଜିତ ପାଳି ବଳରେ ରେଡ୍‌ ୧୦.୧ ଓଭରରେ କୌଣସି ୱିକେଟ୍‌ ନହରାଇ ୯୩ ରନ୍‌ କରି ଅତି ସହଜରେ ମ୍ୟାଚ୍‌ ଜିତି ନେଇଥିଲା। ୪-୦-୮-୧ର ବୋଲିଂ ଚିତ୍ର ପାଇଥିବା ବିଜୟୀ ଦଳର ସ୍ବର୍ଣ୍ଣଲତା ନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଅନ୍ୟ ପକ୍ଷରେ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଖେଳିଥିବା ଭାଓଲେଟ୍‌ ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। କଳ୍ପନା ନାୟକ (୪-୦-୧୯-୨), ତରନ୍ନା ପ୍ରଧାନ (୪-୦-୨୩-୨) ଓ ଅଞ୍ଜଳି ସିଂହ (୪-୦-୧୪-୧)ଙ୍କ ଚମତ୍କାର ବୋଲିଂ ଯୋଗୁଁ ପର୍ପଲ ପାଳି ୯୦/୯ରେ ସୀମିତ ରହିଯାଇଥିଲା। ସରିତା ମେହେର (୩୩) ଓ ଡି ଜାନକୀ ରେଡ୍ଡୀ (୧୯) କେବଳ ଦୁଇ ଅଙ୍କ ଛୁଇଁଥିଲେ। ଫର୍ମରେ ଥିବା ମଧୁସ୍ମିତା ବେହେରା ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଜବାବରେ ଅଞ୍ଜଳି ସିଂହ (୨୮ ରନ୍‌, ୨୨ ବଲ୍‌, ୬ ଚୌକା), ସୁଶ୍ରୀ ଦିବ୍ୟଦର୍ଶିନୀ (ଅପରାଜିତ ୪୨, ୨୨ ବଲ୍‌, ୯ ଚୌକା)ଙ୍କ ବଳରେ ଭାଓଲେଟ୍‌ ୧୨.୩ ଓଭରରେ ୪ ୱିକେଟ୍‌ ବିନିମୟରେ ୯୨ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ବନଲତା ମଲ୍ଲିକ (୧୭/୨), ଶୁଭସ୍ମିତା ଆଚାର୍ଯ୍ୟ (୧୩/୧) ଓ ଜାନକୀ ରେଡ୍ଡୀ (୨୫/୧) ଭାଓଲେଟ୍‌ର ୱିକେଟ୍‌ ବାଣ୍ଟି ନେଇଥିଲେ। ୨୩ ରନ୍‌ରେ ୨ ୱିକେଟ୍‌ ଅକ୍ତିଆର କରିଥିବା ବିଜୟୀ ଦଳର ତରନ୍ନା ପ୍ରଧାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ