ଦେଶ ବିଦେଶ ମନୋରଞ୍ଜନ

ରେଞ୍ଜ ରୋଭର କାର ଛାଡି ଅଟୋ ଚଳାଇଲେ ସଲମାନ, ଫ୍ୟାନ୍ସ କହିଲେ-‘ଭାଇ ଆପଣ ମହାନ’

ନୂଆଦିଲ୍ଲୀ ୩୦/୧୨: ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କର ବିଳାସପୂର୍ଣ୍ଣ ରେଞ୍ଜ ରୋଭର କାର ଛାଡି ଅଟୋ ଚଳାଉଥିବାର ନଜର ଆସିଛନ୍ତି। ଦବଙ୍ଗ ଖାନଙ୍କ ଏହି ଭିଡିଓ ତାଙ୍କ ପାନଭେଲ ଫାର୍ମହାଉସ ନିକଟରେ ବୋଲି କୁହାଯାଉଛି । ଭିଡିଓରେ ସଲମାନ ମୁଣ୍ଡରେ ଟୋପି ଏବଂ ସର୍ଟସ-ଟି-ସାର୍ଟ ପିନ୍ଧି ଅଟୋ ଚଳାଉଥିବାର ଦେଖାଯାଇଛି। ସଲମାନଙ୍କ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ ପେଜରେ ଏହାକୁ ସେୟାର କରାଯାଉଛି।

ଭିଡିଓରେ ଦେଖାଯାଇଛି, ସଲମାନ ଅଟୋ ଚଳାଇବା ପୂର୍ବରୁ କିଛି ଲୋକ ତାଙ୍କ ଅଟୋ ପଛରେ ବସିଛନ୍ତି। ଯାହାଙ୍କୁ ଭାଇଜାନ ଡ୍ରାଇଭ୍ କରି ନେବେ। ସଲମାନ ସାଧାରଣତଃ ତାଙ୍କ ରେଞ୍ଜ ରୋଭର କାରରେ ବୁଲିବାକୁ ବାହାରକୁ ଯାଆନ୍ତି। ସେ କାର ଚଳାଇବା ପରିବର୍ତ୍ତେ କୋ-ଡ୍ରାଇଭର ସିଟ କିମ୍ବା ପ୍ୟାସେଞ୍ଜର ସିଟରେ ବସିବାକୁ ପସନ୍ଦ କରନ୍ତି।

ଭାଇଜାନଙ୍କ ଏହି ଭିଡିଓରେ ଫ୍ୟାନ୍ସଙ୍କ ରିୟାକ୍ସନ ମଧ୍ୟ ଦେଖିବା ଯୋଗ୍ୟ। ଜଣେ ୟୁଜର୍ ଲେଖିଛନ୍ତି – ଭାଇଙ୍କ ସଉକ ମଧ୍ୟ ଅଦ୍ଭୁତ । ଜଣେ ଟ୍ରୋଲର୍ ଲେଖିଛନ୍ତି – ଯଦି କିଛି ବାକି ଅଛି, ତେବେ ତାହା ମଧ୍ୟ ପୁରା କରିଦିଅନ୍ତୁ। କାର୍ଟୁନ୍ ଲୋକ। ଜଣେ ପ୍ରଶଂସକ ଦବଙ୍ଗ ଖାନଙ୍କ ସମର୍ଥନରେ ଲେଖିଛନ୍ତି – ଆପଣ ଗ୍ରେଟ୍ ସାର୍, ସେଥିପାଇଁ ଆପଣ ଅଲଗା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ