ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରୁଷ୍‌ ତେଲ ରିହାତିରୁ ୫୭,୫୮୪ କୋଟି ସଞ୍ଚୟ

ନୂଆଦିଲ୍ଲୀ: ରିହାତି ଦାମ୍‌ରେ ରୁଷ୍ ବିକ୍ରି କରୁଥିବା ତେଲ କିଣି ଭାରତୀୟ କଂପାନିଗୁଡ଼ିକ ବେଶ ମୋଟା ଅଙ୍କର ସଞ୍ଚୟ କରିପାରିଛନ୍ତି। ରୁଷ୍‌ ତେଲ କିଣୁଥିବାରୁ ୧୪ ମାସ ଭିତରେ ତୈଳ କଂପାନିଗୁଡ଼ିକର ୫୭,୫୮୪ କୋଟି ଟଙ୍କା (୭ ବିଲିଅନ ଡଲାର) ସଞ୍ଚୟ ହୋଇଛି। ଗତବର୍ଷ ୟୁକ୍ରେନ୍‌ ଉପରେ ରୁଷ୍ ଆକ୍ରମଣ କରିବା ପରଠାରୁ ଭାରତକୁ ରିହାତି ଦାମ୍‌ରେ ତେଲ ବିକ୍ରି କରୁଛି। ସେହି ସୁଯୋଗର ଭରପୁର ଫାଇଦା ଉଠାଇ ଭାରତ ବିପୁଳ ପରିମାଣରେ ତେଲ କିଣୁଛି। ପୂର୍ବରୁ ଇରାକ ଓ ସାଉଦି ଆରବଠାରୁ ଅଧିକ ତେଲ କିଣୁଥିବା ଭାରତ ଏବେ ସିଂହ ଭାଗ ତେଲ ରୁଷ୍‌ରୁ କିଣୁଛି। ପ୍ରତିମାସରେ ରୁଷ୍‌ ତେଲ କିଣ‌ାରେ ରେକର୍ଡ ହେଉଛି।

ଭାରତ ହେଉଛି ବିଶ୍ବର ତୃତୀୟ ବୃହତ୍ତମ ତୈଳ ବ୍ୟବହାରକାରୀ ଦେଶ ଓ ଏହା ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଛି। ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ରୁଷ୍‌ ପ୍ରତି ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ଖପ୍ପା ହୋଇ ତୈଳ କିଣିବା ବନ୍ଦ କରିଦେଇଛନ୍ତି। ଯେହେତୁ ରୁଷ୍‌ ରାଜସ୍ବର ବଡ଼ ଭାଗ ତୈଳ ବିକ୍ରିରୁ ଆସିଥାଏ ତେଣୁ ତାହା ଭାରତ ସମେତ ଅନ୍ୟ କିଛି ଦେଶକୁ ରିହାତି ଦାମ୍‌ରେ ତେଲ ବିକି କରୁଛି।
୨୦୨୨ ଏପ୍ରିଲ୍‌ରୁ ୨୦୨୩ ମେ’ ମଧ୍ୟରେ ଭାରତୀୟ ତୈଳ କଂପାନିଗୁଡ଼ିକ ୧୮,୬୪୫ କୋଟି ଡଲାରର ଅଶୋଧିତ ତୈଳ ଆମଦାନି କରିଛନ୍ତି। ଯଦି ରୁଷ୍ ରିହାତି ଦେଉନଥାନ୍ତା ତେବେ ସେହି ସମାନ ପରିମାଣର ତେଲ କିଣିବା ଲାଗି ଭାରତୀୟ କଂପାନିଗୁଡ଼ିକ ୧୯,୬୬୨ କୋଟି ଡଲାର ଗଣିଥାନ୍ତେ। ଏହି ହିସାବ ଦୃଷ୍ଟିରୁ ଭାରତୀୟ କଂପାନିଗୁଡ଼ିକର ପ୍ରାୟ ୭୦୦ କୋଟି ଡଲାରର ସଞ୍ଚୟ ହୋଇଛି। ରୁଷ୍‌ରୁ ଭାରତ ୪୦୦୦ କୋଟି ଡଲାରର ତେଲ ଆମଦାନି କରିଛି। ରୁଷ୍‌ ତେଲର ବ୍ୟାରେଲ ପିଛା ହାରାହାରି ଦାମ୍ ୭୯.୭୫ ଡଲାର ରହିଛି ଯାହା ବିଶ୍ବର ହାରାହାରି ଦାମ୍ ତୁଳନାରେ ୧୪.୫ ଡଲାର କମ୍।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ