ରାଜ୍ୟ ସ୍ପେଶାଲ ରିପୋର୍ଟ

ରୁପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର

ପୁରୀ : ରୁପାର ଝଲସିଛି ଶ୍ରୀମନ୍ଦିର ସିଂହଦ୍ବାର। ତିନିଦିନ ଧରି ଚାଲିଥିବା ସିଂହଦ୍ବାର ରୁପା ଛାଉଣି କାମ ଶେଷହୋଇଛି। ବର୍ମା ଶାଗୁଆନ କାଠରେ ନବନିର୍ମିତ କବାଟ ସିଂହଦ୍ବାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା ରୁପା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନ୍‌ରେ ପ୍ରସ୍ତୁତ ରୁପା ପ୍ଲେଟ୍‌ ସବୁ ଲଗାଇଛନ୍ତି। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଅର୍ଥାତ୍‌ ଶ୍ରୀବିଗ୍ରହଙ୍କ ବାହୁଡ଼ାଯାତ୍ରା ପୂର୍ବରୁ ଆଜି ଏହି କାମ ଶେଷ ହୋଇଛି। କେଉଁ ସମୟରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ରୁପାର ନୂଆ ସିଂହଦ୍ବାର ଦେଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ବାଗତ କରିବେ, ସେହି ସମୟକୁ ଭକ୍ତ ଓ ସେବାୟତ ଚାତକ ଭଳି ଅନାଇ ରହିଛନ୍ତି।ସେପଟେ ନୀଳାଦ୍ରି ବିଜେ ପୂର୍ବରୁ ସିଂହଦ୍ବାର ରଙ୍ଗ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସିଂହଦ୍ବାର ସମ୍ପୂର୍ଣ୍ଣ ଭାବେ ନୂ୍ଆ ତିଆରି କରାଯାଇଛି। ପୁରୁଣା ଦ୍ବାରକୁ ହଟାଇ ଶାଗୁଆନ କାଠରେ ନୂଆ ଦ୍ବାର ଲଗାଯାଇଛି। ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ବର୍ମା ଶାଗୁଆନ କାଠରେ ପୂର୍ବର ସିଂହଦ୍ବାର ଭଳି ଅବିକଳ ଦ୍ବାର ନିର୍ମାଣ କରିଛନ୍ତି। ପରେ ଏହା ଉପରେ ରୁପାର କାରୁକାର୍ଯ୍ୟପୂର୍ଣ୍ଣ ପ୍ଲେଟ୍‌ କଣ୍ଟା ବାଡ଼େଇ ଓ ଝଳେଇ କରି ଲଗାଯାଇଛି। କବାଟର ଚାରିକୋଣରେ ରୁପାର ପତଳା ପ୍ଲେଟ୍‌ ସବୁ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୁପା ପ୍ଲେଟ୍‌ ଲଗାଯାଇଛି। ସେହିଭଳି ଦୁଇପାର୍ଶ୍ବରେ ଦୁଇଟି ରୁପାର ସିଂହମୂର୍ତ୍ତି ବି ଲଗାଯାଇଛି। ଦ୍ବାର ଖୋଲିବା ପାଇଁ ପୂର୍ବଭଳି ଦୁଇ ସିଂହମୂର୍ତ୍ତିରେ ଦୁଇଟି ରୁପାର କଡ଼ା ବି ଲଗାଯାଇଛି। ପୂର୍ବରୁ ସିଂହଦ୍ବାରରେ ସେବକଙ୍କ ପାଇଁ ଛୋଟିଆ ଦ୍ବାର ରହିଥିଲା। ସିଂହଦ୍ବାରର ବଡ଼ ଦ୍ବାରରେ ଏହି ଛୋଟ ଦ୍ବାର ବି ତିଆରି କରାଯାଇଛି। ଏଥିରେ ବି ରୁପା ଛାଉଣି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।