ଖେଳ ଦେଶ ବିଦେଶ

ରୁଟ୍‌ଙ୍କ ପାଇଁ ‘ଅରୁଣ’ ରଣନୀତି

ଚେନ୍ନାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ବୋଲରମାନେ ଏହି ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ ସ୍ମିଥ୍‌ଙ୍କୁ ହାତଖୋଲା ସଟ୍ ଖେଳିବାର ସୁଯୋଗ ଦେଇନଥିଲେ। ତାଙ୍କ ରନ୍ ସଂଗ୍ରହ ଧାରାକୁ ଚାରିପଟରୁ ରୋକି ସଫଳତା ଅର୍ଜନ କରିଥିଲେ। ଏବେ ସେମାନଙ୍କ ସମ୍ମୁଖରେ ‘ଜୋ ରୁଟ୍’ ଆହ୍ବାନ ଉପନୀତ ହୋଇଛି। ଗତ ଚାରିଟି ପାଳିରୁ ଗୋଟିଏ ଦ୍ବିଶତକ ସହ ରୁଟ୍ ୧୦୬.୫୦ ହାରରେ ୪୨୬ ରନ୍ କରିବା ମଧ୍ୟ ଭାରତୀୟ ‌ବୋଲରଙ୍କ ଚିନ୍ତା ବଢ଼ାଇ ଦେଇଛି। ସେଥିପାଇଁ ଘରୋଇ ପରିବେଶରେ ରୁଟ୍‌ଙ୍କୁ ଘାଇଲା କରିବା ଲାଗି ଏବେଠାରୁ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଲାଗି ପଡ଼ିଛନ୍ତି।

ରୁଟ୍‌ଙ୍କ ଦୁର୍ବଳତାକୁ ତର୍ଜମା କରାଯାଇ ତଦନୁଯାୟୀ ଯୋଜନା ପ୍ରସ୍ତୁତ କରାଯାଇଥିବା ମଧ୍ୟ ଅରୁଣ ପ୍ରକାଶ କରିଛନ୍ତି। ରୁଟ୍ ଏବେ ଚମତ୍କାର ଫର୍ମରେ ଥିଲା ବେଳେ କେବଳ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ଛାଡ଼ି ଅନ୍ୟ ସମସ୍ତ ଭାରତୀୟ ବୋଲର ଏହି ଶୃଙ୍ଖଳା ପାଇଁ ଉପଲବ୍ଧ ଥିବାରୁ ସେ ଟିକିଏ ଆଶ୍ବସ୍ତ ଅଛନ୍ତି। ଏଥିନେଇ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଅରୁଣଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ ହୋଇସାରିଛି। ସ୍ମିଥ୍‌ଙ୍କ ଭଳି ରୁଟ୍‌ ମଧ୍ୟ ଯେଭଳି ପ୍ରତିଟି ରନ୍ ପାଇଁ ସଂଘର୍ଷ କରିବେ ତାକୁ ଆଖି ଆଗରେ ରଖି ଯୋଜନା କରାଯାଇଛି। ଏହି କ୍ଷେତ୍ରରେ ରୁଟ୍‌ଙ୍କ କ୍ୟାରିୟର ପରିସଂଖ୍ୟାନ, ଶକ୍ତି ଏବଂ ଦୁର୍ବଳତାକୁ ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ତର୍ଜମା ବି କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ