ଦେଶ ବିଦେଶ ମନୋରଞ୍ଜନ

ରିୟା ଚକ୍ରବର୍ତ୍ତୀଙ୍କୁ ଆଉ ଏକ ଝଟକା, ଫିଲ୍ମ ‘ଚେହରେ’ର ଦ୍ୱିତୀୟ ପୋଷ୍ଟରରେ ବି ନାହିଁ ତାଙ୍କ ମୁହଁ

ନୂଆଦିଲ୍ଲୀ ୧୦/୦୩: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବଲିଉଡ କ୍ୟାରିୟର ତଳକୁ ଖସିଖସି ଯାଉଛି । ଏହାର ପ୍ରଭାବ ପୁଣି ଥରେ ସାମ୍ନାକୁ ଆସିଛି, ଯାହା ଅଭିନେତା ଇମ୍ରାନ ହାଶମୀଙ୍କ ଏକ ପୋଷ୍ଟ ପରେ ଚର୍ଚ୍ଚା ହେଉଛି । ବାସ୍ତବରେ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି, ଯାହାକୁ ମୁଖ୍ୟ ଭୂମିକାରେ ନଜର ଆସିଥିବା ଇମ୍ରାନ୍ ହାଶମୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପୁଣିଥରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚେହେରା ଆଉ ନାମ ଦୁଇଟିଯାକ ନାହିଁ । ପୋଷ୍ଟରରେ ଇମ୍ରାନ୍ ହାଶମୀ ଏବଂ ଅମିତାଭ ବଚ୍ଚନଙ୍କୁ ଆଗରେ ଦେଖିବାକୁ ମିଳିଥିବାବେଳେ ଟିଭି ଅଭିନେତ୍ରୀ କ୍ରିଷ୍ଟଲ୍ ଡିସୁଜା ମଧ୍ୟ ପଛରେ ନଜର ଆସୁଛନ୍ତି । ଏହି ପୋଷ୍ଟରକୁ ବିଗ୍ ବି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ।

ଦୁଇ ବର୍ଷ ପୂର୍ବେ ରୁମି ଜାଫରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚେହରେ’ରେ ରିୟା ଚକ୍ରବର୍ତ୍ତୀ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରିୟା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ମଧ୍ୟ ଜଣାଇଥିଲେ । ସେ ଏହାର ସୂଚନା ଫ୍ୟାନ୍ସମାନଙ୍କ ସହ ବାଣ୍ଟିଥିଲେ ଏବଂ କହିଥିଲେ ସେ ଏହି ଫିଲ୍ମର ଏକ ଅଂଶ ହେବେ । ଏଥିସହିତ ସେ ଟ୍ୱିଟରେ ସମସ୍ତଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ । କିନ୍ତୁ ଏହା ମଧ୍ୟରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ ଏବଂ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଥିଲେ ।

ପୂର୍ବରୁ ଅମିତାଭ ବଚ୍ଚନ ଫିଲ୍ମ ‘ଚେହରେ’ରଏକ ପୋଷ୍ଟର ସେୟାର କରିଥିଲେ। ରିୟା ଚକ୍ରବର୍ତ୍ତୀ ମଧ୍ୟ ଏଥିରେ ଦେଖା ଯାଇନଥିଲେ । କୁହାଯାଉଛି ଯେ ରିୟାଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଛି । ଏହି ଖବର ପାଇବା ମାତ୍ରେ ସୋସିଆଲ ମିଡିଆରେ ରିୟାଙ୍କୁ ଟ୍ରୋଲ୍ କରାଯାଇଥିଲା । ବିଗ୍ ବିଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟରରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ । କେହି କେହି ଲେଖିଛନ୍ତି, ରିୟାଙ୍କୁ ଫିଲ୍ମରୁ ବାହାର କରାଯାଇଛି, ତ ଆଉ କେହି ଲେଖିଛନ୍ତି ଯଦି ରିୟା ଚକ୍ରବର୍ତ୍ତୀଙ୍କୁ ତାଙ୍କ ଫିଲ୍ମରେ ନିଅନ୍ତି ତେବେ ଏହା ଏକ ସୁପରଫ୍ଲପ୍ ଫିଲ୍ମ ହେବ ।

ଫିଲ୍ମ ‘ଚେହରେ’ ଏହି ବର୍ଷ ୩୦ ଏପ୍ରିଲ୍ ରେ ରିଲିଜ୍ ହେବ । ୧୧ ମାର୍ଚ୍ଚ ଗୁରୁବାର ଦିନ ଏହାର ଟିଜର୍ ରିଲିଜ୍ ହେବ । ଏହାକୁ ସେୟାର କରି ଇମ୍ରାନ୍ ହାଶମୀ ଲେଖିଛନ୍ତି, ‘କିଛି ଚେହେରା, ହଜାରେ ରହସ୍ୟ, ପ୍ରତ୍ୟେକ ଚେହେରା କିଛି କହିଥାଏ ଏବଂ ଅନେକ କିଛି ଲୁଚାଇଥାଏ ।‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ